ଭାରତର ସୁରକ୍ଷା ପ୍ରତି ବିପଦ ହେଲାଭଳି କୌଣସି କାମ କରିବୁନି : ଉତ୍ତରକୋରିଆ

ନୂଆଦିଲ୍ଲୀ : ଭାରତୀୟ ବିଦେଶ ରାଷ୍ଟ୍ରମନ୍ତ୍ରୀ ଭି.କେ.ସିଂ ଏବେ ଉତ୍ତର-କୋରିଆ ଗ୍ରସ୍ତରେ ଅଛନ୍ତି । ଏହି ଦେଶ ବିଶ୍ୱରେ ଏକ ଦୁଷ୍ଟ ଦେଶ ଭାବେ ଜଣାଶୁଣା ଥିବାବେଳେ ଭାରତ ସହିତ କିନ୍ତୁ ଏହାର ସମ୍ପର୍କ ଭଲ ରହିଆସିଛି । ଏହି ସଂପର୍କକୁ ଆହୁରି ସୁଦୃଢ କରିବାକୁ ଭାରତ ଓ ଉତ୍ତରକୋରିଆ ରାଜି ହୋଇଛନ୍ତି । ଶ୍ରୀ ସିଂ ଉତ୍ତରକୋରିଆ ସୁପ୍ରିମ ଆସେମ୍ବଲିର ଉପସଭାପତି କିମ ୟଙ୍ଗ ଡିଙ୍କୁ ଭେଟିଛନ୍ତି । ଏହି ଅବସରରେ ଉତ୍ତରକୋରିଆ ପକ୍ଷରୁ କୁହାଯାଇଛି ଯେ ଭାରତର ସୁରକ୍ଷା ପ୍ରତି ବିପଦ ହେଲାଭଳି କୌଣସି କାମ ଆଉ କରିବୁ ନାହିଁ ।

ଏଠାରେ ସୂଚନାଯୋଗ୍ୟ ଯେ ଉତ୍ତର-କୋରିଆ ପାକିସ୍ତାନଠାରୁ ପରମାଣୁ ଟେକନଲୋଜୀ ପାଇଥିବାବେଳେ ପାକିସ୍ତାନକୁ କ୍ଷେପଣାସ୍ତ୍ର ଟେକନଲୋଜୀ ଦେଇଛି । ଏହାକୁ ନେଇ ଭାରତ ଗତ କିଛି ବର୍ଷ ହେଲା ଉତ୍ତର କୋରିଆ ଉପରେ ଅସନ୍ତୁଷ୍ଟ ଥିଲା । କିନ୍ତୁ ଏବେ ଉଭୟ ଦେଶ ସମ୍ପର୍କ ସୁଧାରୁଛନ୍ତି ।

ପ୍ରାୟ ୪୫ ବର୍ଷ ପୂର୍ବେ ଭାରତ ଉତ୍ତରକୋରିଆ ସହ କୂଟନୈତିକ ସଂପର୍କ ସ୍ଥାପନ କରିଥିଲା । ସେବେଠାରୁ ଭାରତ ନିୟମିତଭାବେ ଉତ୍ତରକୋରିଆକୁ ସହାୟତା ପ୍ରଦାନ କରିଆସୁଛି । କିନ୍ତୁ ପରମାଣୁ କାର୍ଯ୍ୟକ୍ରମ ଲାଗି ଜାତିସଂଘ ଉତ୍ତରକୋରିଆ ଉପରେ କଟକଣା ଲଗାଇବା ପରେ ଭାରତ ନିଜର ସହାୟତା କମ କରିଦେଇଥିଲା । ତଥାପି ଭାରତ ସହାୟତାକୁ ସଂପୂର୍ଣ୍ଣ ବନ୍ଦ କରିନଥିଲା । ଏପରିକି ଆମରିକାର ବାରମ୍ବାର ଚାପ ସତ୍ତ୍ୱେ ଉତ୍ତରକୋରିଆରେ ଥିବା ନିଜର ଦୂତାବାସକୁ ବନ୍ଦ କରିନାହିଁ ।

ସମ୍ବନ୍ଧିତ ଖବର