ମହାମାରୀ ସମୟରେ ବି ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷା

ସିଓଲ୍: ଗତକାଲି ଉତ୍ତର କୋରିଆ ସଫଳତାର ସହ ଏକାଧିକ “ସୁପର୍-ଲାର୍ଜ ରକେଟ୍ ଲଞ୍ଚର୍’ ପରୀକ୍ଷଣ କରିଥିବା କଥା ସୋମବାର ଦିନ ରାଷ୍ଟ୍ରାୟତ ଗଣମାଧମ ରିପୋର୍ଟ କରିଛି।
ଦକ୍ଷିଣ କୋରିଆ କହିବା ଅନୁସାରେ, ରବିବାର ଦିନ ପୂର୍ବତଟର ସୁଦୂର ସମୁଦ୍ର ମଧ୍ୟକୁ ଉତ୍ତର କୋରିଆ ଦୁଇଟି ସ୍ୱଳ୍ପ-ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ ଉତ୍କ୍ଷେପଣ କରିଥିବା ପରି ମନେହୋଇଛି ।

କିନ୍ତୁ, କରୋନାଭାଇରସ୍ ମହାମାରୀ ସଂକ୍ରମଣ ସମୟରେ ଏହା ଏକ ଅନୁଚିତ କାର୍ଯ୍ୟ କହି ଦକ୍ଷିଣ କୋରିଆ ସର୍ବସାଧାରଣରେ ଉତ୍ତର କୋରିଆକୁ ନିନ୍ଦା କରିଛି ।

Image Source: Reuters UK

ଉତ୍ତର କୋରିଆର ରାଷ୍ଟ୍ରାୟତ୍ତ ସମ୍ବାଦ ସରବରାହ ସଂସ୍ଥାନ “କେସିଏନ୍ଏ’ କହିଛି ଯେ “ସୁପର୍-ଲାର୍ଜ ମଲ୍ଟିପ୍ଲ ରକେଟ୍ ଲଞ୍ଚର୍’ର ରଣ କୌଶଳ ଏବଂ ବୈଷୟିକ ବୈଶିଷ୍ଟ୍ୟ ପରୀକ୍ଷା କରିବା ଥିଲା ଏହି ଉତ୍କର୍ଷପଣର ଉଦ୍ଦେଶ୍ୟ । ଗତ ଅଗଷ୍ଟ ମାସରୁ ନେତା କିମ୍ ଜୋଙ୍ଗ୍ ଉନଙ୍କ ତତ୍ତ୍ୱାବଧାନରେ ଏହା ବହୁଥର ପରୀକ୍ଷଣ ହୋଇଛି ।

ଗତକାଲି ହୋଇଥିବା ନିକ୍ଷେପଣ ସମୟରେ କିମ୍ ଉପସ୍ଥିତ ଥିଲେ କି, ନାହିଁ ତାହା “କେସିଏନ୍ଏ’ ଉଲ୍ଲେଖ କରିନାହିଁ । କିନ୍ତୁ, ଏକାଡେମି ଅଫ୍ ନ୍ୟାସନାଲ ଡିଫେନ୍ସ ସାଇନ୍ସ୍ ଠାରେ ହୋଇଥିବା ଏହି ପରୀକ୍ଷଣର ନେତୃତ୍ୱ ନେଇଥିଲେ ଶାସକ ଦଳର ଉପସଭାପତି ରି ପିଓଙ୍ଗ୍ ଚୋଲ୍ ।

ସମ୍ବନ୍ଧିତ ଖବର