ପରମାଣୁ ପରୀକ୍ଷଣ କେନ୍ଦ୍ର ଧ୍ୱଂସ କଲା ଉତ୍ତର କୋରିଆ

ପୋଙ୍ଗୟାଙ୍ଗ୍‌: ସାରା ବିଶ୍ୱକୁ ଆଶ୍ୱସ୍ତି ପ୍ରଦାନ କରି ଉତ୍ତର କୋରିଆ ଆଜି ଏହାର ଏକମାତ୍ର ପରମାଣୁ ପରୀକ୍ଷଣ କେନ୍ଦ୍ରକୁ ଧ୍ୱଂସ କରିଦେଇଛି। ଉତ୍ତର କୋରିଆର ଉତ୍ତର ପୂର୍ବ ସ୍ଥିତ ପୁଙ୍ଗେରିରେ ଥିବା ଏହାର ଏକମାତ୍ର ପରମାଣୁ ପରୀକ୍ଷଣ କେନ୍ଦ୍ର ଆଜି ମାଟିରେ ମିଶିଯାଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଉତ୍ତର କୋରିଆ ଏହି ପ୍ରମୁଖ ପରମାଣୁ ପରୀକ୍ଷଣ କେନ୍ଦ୍ରର ୩ଟି ସୁଡ଼ଙ୍ଗକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲା। ଏହି ସମୟରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିମାନେ ଘଟଣାସ୍ଥଳଠାରୁ ୫୦୦ ମିଟର ଦୂରରେ ଉପସ୍ଥିତ ରହିଥିଲେ। ଉତ୍ତର କୋରିଆର ପାର୍ବତ୍ୟାଞ୍ଚଳରେ ଥିବା ଉକ୍ତ ପରମାଣୁ ପରୀକ୍ଷଣ କେନ୍ଦ୍ରରେ ୩ଟି ପରମାଣୁ ସୁଡ଼ଙ୍ଗ, ନିରୀକ୍ଷଣ ଭବନଏବଂ ଏକ ଧାତବ ଢଳେଇ କାରଖାନାକୁ ଉତ୍ତର କୋରିଆ ଧ୍ୱଂସ କରିଦେଇଛି। ଆମନ୍ତ୍ରିତ ସାମ୍ବାଦିକମାନେ ପରମାଣୁ ପରୀକ୍ଷଣ କେନ୍ଦ୍ରରେ ୧୦ ଘଣ୍ଟା ରହିଥିବା ଜଣାଯାଇଛି। ଉତ୍ତର କୋରିଆ ପୋଙ୍ଗେରି ସ୍ଥିତ ଉକ୍ତ ପରମାଣୁ ପରୀକ୍ଷଣ କେନ୍ଦ୍ରରେ ୬ଟି ପରମାଣୁ ପରୀକ୍ଷା କରିଥିଲା।

ସମ୍ବନ୍ଧିତ ଖବର