ଆମେରିକାକୁ ଉତ୍ତର କୋରିଆର ଚେତାବନୀ

କଟକଣା ନ ହଟିଲେ ପୁଣି ଅଣୁ ଅସ୍ତ୍ର ତିଆରି ଚାଲିବ

ସିଓଲ: ଆର୍ଥିକ କଟକଣାରେ ପରିବର୍ତ୍ତନ ହେଉନଥିବାରୁ ଆଜି ଆମେରିକାକୁ ଉତ୍ତର କୋରିଆ କଡ଼ା ସମାଲୋଚନା କରିଛି। ଆମେରିକାର କଥା ଓ କାର୍ଯ୍ୟରେ ଯଥେଷ୍ଟ ଫରକ୍‌ ଥିବାରୁ ଯଦି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କଟକଣା ନ ହଟେ ତା’ହେଲେ ଉତ୍ତର କୋରିଆ ପୁଣି ପରମାଣୁ ଅସ୍ତ୍ର ତିଆରି ପ୍ରକ୍ରିୟା ଆରମ୍ଭ କରିବ ବୋଲି ଚେତାବନୀ ଦେଇଛି। ଉତ୍ତର କୋରିଆ ଆମେରିକା ସହ ଶାନ୍ତି କଥାବାର୍ତ୍ତା ପରେ ଅଣୁ ଅସ୍ତ୍ର ତିଆରିରେ ସଂପୂର୍ଣ୍ଣ ଲଗାମ ଦେଇଥିଲେ ମଧ୍ୟ ଆମେରିକା ତା’ର ପୂର୍ବ ପ୍ରତିଶ୍ରୁତି ପୂରଣ ନକରି ଚାଲ ଖେଳୁଥିବା ଉତ୍ତର କୋରିଆ କହିଛି। ଚଳିତ ବର୍ଷ ଜୁନ୍‌ରେ ସିଙ୍ଗାପୁରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏବଂ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ମଧ୍ୟରେ ଐତିହାସିକ ବୈଠକ ପରେ ପରମାଣୁ ନିରସ୍ତ୍ରୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଉତ୍ତର କୋରିଆ ଏବେ ଶୋଚନୀୟ ଆର୍ଥିକ ସ୍ଥିତି ଦେଇ ଗତି କରୁଛି ଏବଂ ଶାନ୍ତି ଆଲୋଚନା ପରେ ମଧ୍ୟ ଏହାର ସ୍ଥିତିରେ ପରିବର୍ତ୍ତନ ହୋଇନାହିଁ।

ସମ୍ବନ୍ଧିତ ଖବର