ଉତ୍ତର, ପୂର୍ବୋତ୍ତର ଭାରତରେ ମୃଦୁ ଭୂକମ୍ପ

ନୂଆଦିଲ୍ଲୀ : ସୋମବାର ଭୋର ବେଳେ ଜମ୍ମୁ-କଶ୍ମୀର, ଲଦାଖ, ମେଘାଳୟ ଓ ସିଲଂରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଭୋର ପ୍ରାୟ ୪ଟା ୨୮ରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିଚର ସ୍କେଲରେ ୪.୭ ରେକର୍ଡ କରାଯାଇଛି। ଶନିବାର ରାତିରେ ମଧ୍ୟ ଏହି ଅଞ୍ଚଳରେ ଅନୁରୂପ ଭୂମିକମ୍ପ ଅନୁଭୂତ ହୋଇଥିଲା। ଆଜିର ଭୂକମ୍ପ କେନ୍ଦ୍ର ଭାରତ-ଚୀନ୍‌ ସୀମାରେଖାର ଲଦାଖ ଅଞ୍ଚଳରେ ଏବଂ ଭୂପୃଷ୍ଠରୁ ୩୩ କିମି ତଳେ ବୋଲି ଆକଳନ କରାଯାଇଛି। ତେବେ ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ । ଜମ୍ମୁ-କଶ୍ମୀର ଏକ ଭୂକମ୍ପ ପ୍ରବଣ ଉପତ୍ୟକା ହୋଇଥିବାରୁ କିଛି ଦିନ ହେଲା ଲଗାତାର କମ୍ପନ ଅନୁଭୂତ ହେଉଛି । ଗତ ୭ ଏବଂ ୯ ତାରିଖରେ ମଧ୍ୟ କଶ୍ମୀରର ଲଦାଖ ଉପତ୍ୟକାରେ ଏପରି ମଧ୍ୟମ ଧରଣର ଭୂମିକମ୍ପ ଆସିଥିଲା।

ସମ୍ବନ୍ଧିତ ଖବର