ତିରୁବନନ୍ତପୁରମ୍: ସାବରିମାଲା ମନ୍ଦିର ଭିତରେ ପ୍ରାର୍ଥନା ପାଇଁ ୧୦ରୁ ୫୦ ବର୍ଷ ବୟସ ସୀମା ମଧ୍ୟରେ କେବଳ ୨ ଜଣ ମହିଳା ପ୍ରବେଶ କରିଛନ୍ତି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ନିକଟ ଅତୀତରେ କଥା ଉଠିଥିଲା ଯେ ଆୟପ୍ପା ଭଗବାନଙ୍କୁ ଦର୍ଶନ କରିବା ସକାଶେ ୫୧ ଜଣ ମହିଳା ସାବରିମାଳା ମନ୍ଦିର ଭିତରକୁ ପ୍ରବେଶ କରି ସାରିଛନ୍ତି। କେରଳର ମନ୍ତ୍ରୀ କଡକମ୍ପାଲି ସୁରେନ୍ଦ୍ରନ୍ ସୋମବାର ବିଧାନସଭା ଏହା ସୂଚୀତ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
କଂଗ୍ରେସ ବିଧାୟକଙ୍କ ପକ୍ଷରୁ ଉଠିଥିବା ଏକ ପ୍ରଶ୍ନର ଉତ୍ତର ଦେଇ କଡକମ୍ପାଲି ସୁରେନ୍ଦ୍ରନ୍ କହିଛନ୍ତି, ‘ ସାବରିମାଲା ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଦେଇଥିବା ରିପୋର୍ଟ ଅନୁସାରେ ମନ୍ଦିର ମଧ୍ୟରେ ପ୍ରର୍ଥନା ପାଇଁ ୧୦ରୁ ୫୦ ବର୍ଷ ବୟସ ମଧ୍ୟରେ କେବଳ ୨ ଜଣ ମହିଳାଙ୍କ ହିଁ ପ୍ରବେଶ କରିଛନ୍ତି।’
ମନ୍ଦିର ଭିତରକୁ ମହିଳାମାନେ ପ୍ରବେଶ କଲେଣି କି ନାହିଁ ବୋଲି ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ସୁରେନ୍ଦ୍ରନ୍ କହିଛନ୍ତି କି ଏ ସଂପର୍କରେ ଅଧିକ କୌଣସି ସୂଚନା ହସ୍ତଗତ ହୋଇ ନାହିଁ।