ରାଫେଲ୍‌ ପାଇଁ ଭାରତୀୟ ଅଂଶୀଦାର ଚୟନ କରିବାରେ ସମ୍ପୃକ୍ତ ନୋହୁଁ: ଫ୍ରାନ୍‌ସ୍‌ ସରକାର

ନୂଆଦିଲ୍ଲୀ: ରାଫେଲ୍‌ ଲଢୁଆ ଜେଟ୍‌ ବିମାନ କାରବାରରେ ଭାରତୀୟ ଶିଳ୍ପ ଅଂଶୀଦାର ଚୟନ କରିବାରେ ଫ୍ରାନସ୍‌ ସରକାର କୌଣସି ମତେ ସମ୍ପୃକ୍ତ ନାହିଁ ବୋଲି ଶୁକ୍ରବାର ଦିନ ଫ୍ରାନ୍‌ସ୍‌ ସରକାର କହିଛି। ଚୁକ୍ତି ନିମନ୍ତେ ଭାରତୀୟ ଫାର୍ମ ଚନୟ କରିବା ନିମନ୍ତେ ଫ୍ରାନ୍‌ସ୍‌ କମ୍ପାନି ସମୂହକୁ ପୂର୍ଣ୍ଣ ସ୍ୱାଧୀନତା ରହିଛି।

୫୮ ହଜାର କୋଟି ଟଙ୍କାର ରାଫେଲ୍‌ ଚୁକ୍ତି ନିମନ୍ତେ ଡାସଲ୍‌ଟ୍‌ ଆଭିଏନସ୍‌ର ଅଂଶୀଦାର ଭାବେ ଭାରତ ସରକାର ରିଲାଏନ୍‌ସ୍‌ ଡିଫେନ୍‌ସ୍‌ ନାମ ପ୍ରସ୍ତାବ ଦେଇଥିବାରୁ ଫ୍ରାନ୍‌ସ୍‌ ପାଇଁ ଆଉ ବିକଳ୍ପ ନ ଥିଲା ବୋଲି ପୂର୍ବତନ ଫ୍ରାନ୍‌ସ୍‌ ରାଷ୍ଟ୍ରପତି ଫ୍ରାଙ୍କୋଇଜ୍‌ ହଲାଣ୍ଡ୍‌ କହିବା ପରେ ଫ୍ରାନ୍‌ସ୍‌ ସରକାର ଏ ଭଳି ବିବୃତି ଦେଇଛନ୍ତି।

ଫ୍ରାନ୍‌ସ୍‌ ସରକାର କହିଛି: ଫ୍ରାନ୍‌ସ୍‌ କମ୍ପାନି ସମୂହ ଦ୍ୱାରା ଯେଉଁ ଭାରତୀୟ ଶିଳ୍ପ ଅଂଶୀଦାର ମନୋନୀତ ହୋଇଛି, ହେଉଛି ଏବଂ ହେବ ସେଥିରେ ଫ୍ରାନ୍‌ସ୍‌ ସରକାର କୌଣସି ମତେ ଜଡ଼ିତ ନାହିଁ।

ରିଲାଏନ୍‌ସ୍‌କୁ କିଏ ଓ କାହିଁକି ଅଂଶୀଦାର ଭାବେ ମନୋନୀତ କଲା ପଚରା ଯିବାରୁ ହଲାଣ୍ଡ୍‌ ଉତ୍ତର ଦେଲେ ଯେ ଏ ସମ୍ପର୍କରେ ଆମର କିଛି କହିବାର ନ ଥିଲା।

ସମ୍ବନ୍ଧିତ ଖବର