ବିଜେପି ପ୍ରାର୍ଥୀଙ୍କଠାରୁ ନୋଟାକୁ ଅଧିକ ଭୋଟ୍‌

‘ଖୁବ୍‌ ଶୀଘ୍ର ସରକାର ଭାଙ୍ଗିବ’

ଚେନ୍ନାଇ: ଆର୍‌କେ ନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଦେଇ ନିଜ ସ୍ଥିତି ଜାହିର କରିବାକୁ ଚେଷ୍ଟା କରି ଦୟନୀୟ ଭାବେ ବିଫଳ ହୋଇଛି। ଏହି ଆସନରେ ବିଜେପି ପ୍ରାର୍ଥୀଙ୍କୁ ୧ ପ୍ରତିଶତରୁ ବି କମ୍‌ ଭୋଟ୍‌ ମିଳିଛି। ବିଜେପି ପ୍ରାର୍ଥୀଙ୍କ ଠାରୁ ଅଧିକ ଭୋଟ୍‌ ‘ନୋଟା’ (ନନ୍‌ ଅଫ୍‌ ଦି ଏବଭ୍‌- ଏମାନଙ୍କ ମଧ୍ୟରୁ କେହି ନୁହଁ)କୁ ମିଳିଥିବାରୁ ବିଜେପିର ଚିନ୍ତା ବଢ଼ିଯାଇଛି। ଏଠାରେ ବିଜେପି ପ୍ରାର୍ଥୀ ହୋଇଥିବା କେ. ନାଗରାଜନ ଦଳର ରାଜ୍ୟ ଶାଖା ସଂପାଦକ ଅଛନ୍ତି। ତାଙ୍କୁ ୧୪୧୭ଟି ଭୋଟ୍‌ ମିଳିଥିବା ବେଳେ ନୋଟାକୁ ୨୩୭୩ ଭୋଟ୍‌ ମିଳିଛି। ପରାଜୟ ପରେ ନାଗରାଜନ କହିଛନ୍ତି ଯେ ଆର୍‌କେ ନଗର ଉପନିର୍ବାଚନରେ ସମସ୍ତ ଗାଣତନ୍ତ୍ରିକ ମୂଲ୍ୟବୋଧକୁ ଜଳାଞ୍ଜଳି ଦିଆଯାଇଛି । ଏହା ଗାଣତନ୍ତ୍ରିକ ପ୍ରକ୍ରିୟାରେ ଅନୁଷ୍ଠିତ ଏକ ନିର୍ବାଚନ ନଥିଲା ବୋଲି ସେ କହିଛନ୍ତି।

ଚେନ୍ନାଇ: ଆର୍‌କେ ନଗର ଉପନିର୍ବାଚନରେ ବିପୁଳ ବିଜୟ ହାସଲ ପରେ ଏଆଇଏଡିଏମ୍‌କେ ଛାଡ଼ିଥିବା ବିଦ୍ରୋହୀ ନେତା ଟିଟିଭି ଦିନାକରନ୍‌ କହିଛନ୍ତି ଯେ ଆଗାମୀ ୨ ମାସ ମଧ୍ୟରେ ଏଆଇଏଡିଏମ୍‌କେର ପତନ ଘଟିବ। ଆମ୍ମା ଜୟଲଳିତାଙ୍କ ପାଇଁ ବିଜୟର ସଙ୍କେତ ଥିବା ଦଳୀୟ ସଂକେତ ‘ଦୁଇ ପତ୍ର’ ଚିହ୍ନ ଏବେ ଖଳନାୟକଙ୍କ ହାତରେ ପଡ଼ିଛି। ତେବେ ସେମାନଙ୍କୁ ଜନସାଧାରଣ ଉଚିତ ଶିକ୍ଷା ଦେଇଛନ୍ତି। ରାଜ୍ୟରେ ତଥାକଥିତ ଏଆଇଏଡିଏମ୍‌କେ ସରକାରର ପତନ ପରେ ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ଦିନାକରନ୍‌ କହିଛନ୍ତି। ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ଏବଂ ଉପମୁଖ୍ୟମନ୍ତ୍ରୀ ପନିରସେଲଭମ ଗୋଷ୍ଠୀ ଷଡ଼ଯନ୍ତ୍ର କରି କ୍ଷମତାରେ ରହିଛନ୍ତି ଏବଂ ଜନସାଧାରଣଏହାକୁ ଅଧିକ ଦିନ ସହ୍ୟ କରିପାରିବେ ନାହିଁ ବୋଲି ସେ କହିଛନ୍ତି। ବିଜୟ ପରେ ଦିନାକରନ୍‌ଙ୍କ ସମର୍ଥକମାନେ ରାଜ୍ୟବ୍ୟାପୀ ବିଜୟ ଉତ୍ସବ ପାଳନ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର