ଯୋଗୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ମୋଦୀଜୀ କି ସେନା ’ ଟିପ୍ପଣୀ ପାଇଁ ତାଙ୍କୁ ଇସି (ନିର୍ବାଚନ କମିସନ୍‌) କାରଣ ଦର୍ଶାଅ ନୋଟିସ୍‌ କରିଛନ୍ତି। ଚଳିତ ସପ୍ତାହରେ ଯୋଗୀ ଏକ ନିର୍ବାଚନୀ ରୢାଲିରେ ଭାରତୀୟ ସେନାକୁ ‘ମୋଦୀଜୀ କି ସେନା’ କହିଥିବାରୁ ଏହାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଇସି। ରାଜନୈତିକ ଦଳ ଗୁଡ଼ିକ ନିର୍ବା‌ଚନୀ ପ୍ରଚାରରେ ସେନା କାର୍ଯ୍ୟକଳାପକୁ ବାଦ୍‌ ଦେବା ଉଚିତ୍‌ ବୋଲି ଇସି ନି‌କଟରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଯୋଗୀ ଇସିଙ୍କର ଏହି ନିର୍ଦ୍ଦେଶ ମାନିନାହାନ୍ତି। ନିର୍ବାଚନୀ ପ୍ରଚାରରେ ସେ ଭାରତୀୟ ସେନାକୁ ‘ମୋଦୀଜୀ କି ସେନା’ କହିଥିବାରୁ ଇସି ଏନେଇ ଯୋଗୀଙ୍କୁ କାରଣ ଦର୍ଶାଇବାପାଇଁ ନୋଟିସ୍ କରିଛନ୍ତି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଯୋଗୀ ଏବାବଦ ଉତ୍ତର ରଖିବାପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର