ବିଜେପି ବିଧାୟିକାଙ୍କୁ ନୋଟିସ୍‌

ଲକ୍ଷ୍ନୌ: ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ବିରୋଧରେ ଅତ୍ୟନ୍ତ ଅଶାଳୀନ ମନ୍ତବ୍ୟ ଦେଇଥିବା ଉତ୍ତର ପ୍ରଦେଶର ବିଜେପି ବିଧାୟକା ସାଧନା ସିଂହଙ୍କୁ ଆଜି ଏନ୍‌ସିଡବ୍ଲ୍ୟୁ (ଜାତୀୟ ମହିଳା କମିସନ୍‌) ନୋଟିସ୍‌ ଜାରି କରି ‌କୈଫିୟତ ତଲବ କରିଛି। ବିଜେପି ବିଧାୟିକାଙ୍କ ବୟାନ ଅତ୍ୟନ୍ତ ଆପତ୍ତିଜନକ ଏବଂ ଅନୈତିକ ବୋଲି କହି ଏନ୍‌ସିଡବ୍ଲ୍ୟୁ ଏବାବଦରେ ତାଙ୍କଠାରୁ ସ୍ପଷ୍ଟୀକରଣ ମାଗିଛି। ଗତ ଶନିବାର ସାଧନା ମାୟାବତୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ।

ସମ୍ବନ୍ଧିତ ଖବର