ଏଣିକି ୟୁପିଏସସି ପରୀକ୍ଷାର ଆବେଦନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ

ନୂଆଦିଲ୍ଲୀ : ଏଣିକି କେନ୍ଦ୍ର ଲୋକସଭା ଆୟୋଗ (ୟୁପିଏସସି)  ଦ୍ୱାରା ପରିଚାଳିତ ବିଭିନ୍ନ ପରୀକ୍ଷାର ଆବେଦନକୁ ପ୍ରତ୍ୟାହାର କରିହେବ । ପ୍ରାର୍ଥୀ ଚାହିଁଲେ ପରୀକ୍ଷା ପୂର୍ବରୁ ନିଜର ଆବେଦନକୁ ପ୍ରତ୍ୟାହାର କରିପାରିବେ । ୨୦୧୯ର ଇଂଜିନିୟରିଂ ସର୍ଭିସେସ ଏକଜାମିନେସନଠାରୁ ଏହି ବ୍ୟବସ୍ଥା ଲାଗୁହେବ ।  ୟୁପିଏସସିର ଏକ ଅଟକଳ ଅନୁସାରେ ବିଭିନ୍ନ ପରୀକ୍ଷାରେ ଯେତିକି ପ୍ରାର୍ଥୀ ଆବେଦନ କରୁଛନ୍ତି ତାହାର ମାତ୍ର ୫୦ ପ୍ରତିଶତ ବା ଅଧା ପରୀକ୍ଷା ଦେଉଛନ୍ତି । କିନ୍ତୁ ଏହା ଦ୍ୱାରା ୟୁପିଏସସିକୁ କ୍ଷତି ସହିବାକୁ ପଡୁଛି । କାରଣ ଯେତିକି ପ୍ରାର୍ଥୀ ଆବେଦନ କରନ୍ତି ସମସ୍ତଙ୍କ ପାଇଁ ପ୍ରଶ୍ନପତ୍ର ଛପାଇବାକୁ ପଡେ, ପରୀକ୍ଷା କେନ୍ଦ୍ର ସ୍ଥିର କରାଯାଏ । କିନ୍ତୁ ପରୀକ୍ଷା ଦେବା ବେଳକୁ ଅଧା ପ୍ରାର୍ଥୀ ଆସନ୍ତି । ଏହା ଫଳରେ ଅଯଥା ଅର୍ଥ ଓ ପରିଶ୍ରମ କରିବାକୁ ପଡେ । ଏହାକୁ ଦୃଷ୍ଟିରେ ରଖି ୟୁପିଏସସି ଏହି ନିଷ୍ପତ୍ତି ନେଇଛି । ନିଜର ଆବେଦନ ପ୍ରତ୍ୟାହାର କରିବାକୁ ହେଲେ ପ୍ରାର୍ଥୀଙ୍କୁ ଅନଲାଇନରେ ନିଜ ଆବେଦନ ସଂପର୍କୀତ ସୂଚନା ଦେବାକୁ ହେବ, ଏହା କରିବା ପରେ ତାଙ୍କ ଇମେଲ ଆଇଡି ଓ ମୋବାଇଲ ନମ୍ବରକୁ ଏକ ଓଟିପି (ଓ୍ଵାନ ଟାଇମ ପାସଓ୍ଵାର୍ଡ ବା ଥରେ ବ୍ୟବହାର କରିହେଉଥିବା ପାସଓ୍ଵାର୍ଡ)  ପଠାଯିବ । ଏହାକୁ ବ୍ୟବହାର କରି ସେ ନିଜର ଆବେଦନକୁ ପ୍ରତ୍ୟାହାର କରିପାରିବେ ।

ସମ୍ବନ୍ଧିତ ଖବର