ଏଣିକି ସରକାରୀ କଣ୍ଟ୍ରୋଲ ଦୋକାନରେ ମିଳିବ କଣ୍ଡୋମ ଓ ସାନିଟାରୀ ପ୍ୟାଡ଼

ଆଗ୍ରା: ଉତ୍ତରପ୍ରଦେଶର ସରକାରୀ କଣ୍ଟ୍ରୋଲ ଦୋକାନରେ ଏଣିକି କଣ୍ଡୋମ ଓ ସାନିଟାରୀ ପ୍ୟାଡ଼ ମିଳିବ | ଯିଏ ଚାହିଁବେ ସେ ଏହାକୁ କିଣିପାରିବେ ବୋଲି କୁହାଯାଇଛି | ଜନସଂଖ୍ୟାରେ ବୃଦ୍ଧିକୁ ଦେଖି ଦେଶର ସବୁଠାରୁ ବଡ ରାଜ୍ୟ ଉତ୍ତରପ୍ରଦେଶର ଖାଦ୍ୟ ଓ ବଣ୍ଟନ ବିଭାଗ ପକ୍ଷରୁ ଏସବୁ ବିକ୍ରି କରିବାକୁ ଅନୁମତି ଦିଆଯାଇଛି |

ଉତ୍ତରପ୍ରଦେଶରେ ଥିବା ୮୦ ହଜାର କଣ୍ଟ୍ରୋଲ ଦୋକାନରେ କଣ୍ଡୋମ ଓ ସାନିଟାରୀ ପ୍ୟାଡ଼ ମିଳିବା ନେଇ ସୂଚନା ଦିଆଯାଇଛି | ସରକାରୀ ଅଧିକାରୀଙ୍କ କହିବା ମୁତାବକ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏବେ କଣ୍ଟ୍ରୋଲ ଦୋକାନରେ କଣ୍ଡୋମ ଓ ପ୍ୟାଡ଼ ମିଳିବ |

କେବଳ କଣ୍ଡୋମ ଓ ପ୍ୟାଡ଼ ନୁହେଁ ବରଂ ସାବୁନ, ଓଆରଏସ, ସାମ୍ପୁ ଓ ପେନ ମିଳିବ ବୋଲି କୁହାଯାଇଛି | ରାସନ ନେବାକୁ ଆସୁଥିବା ସମସ୍ତ ଲୋକ ଏସବୁ କିଣିପାରିବେ | ରାଜ୍ୟର ଦୋକାନୀମାନେ ଲାଭ କମ ହେଉଥିବାର ଦର୍ଶାଇ ଏସବୁ ବିକ୍ରି କରିବାକୁ ଅନୁମତି ମାଗୁଥିଲେ, ଯାହାକୁ ବିକ୍ରି କରିବାକୁ ଶେଷରେ ସରକାର ଅନୁମତି ଦେଇଛନ୍ତି |

ସମ୍ବନ୍ଧିତ ଖବର