ଏବେ ମୁସଲମାନ ମହିଳା ବୋର୍ଡ ମଧ୍ୟ ତିନି ତଲାକ୍‌ ବିଲ୍‌ରେ ପରିବର୍ତ୍ତନ ଚାହୁଁଛନ୍ତି

ଲକ୍ଷ୍ନୌ: ତତ୍‌କାଳ ତିନ୍‌ ତଲାକ୍‌କୁ ଖୋଲାଖୋଲି ସମାଲୋଚନା କରି ଏହା ଉପରେ ନିଷେଧାଦେଶ ଜାରି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିବା ‘ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ଉଇମିନ୍‌ ପର୍ସନାଲ୍‌ ଲ’ ବୋର୍ଡ’ ମଧ୍ୟ ଏବେ ଅନୁମୋଦନ ପାଇଁ ରାଜ୍ୟସଭାରେ ପଡ଼ି ରହିଥିବା ତିନ୍‌ ତଲାକ୍‌ ବିଲ୍‌ର ପରିବର୍ତ୍ତନ କରାଇବାକୁ ଚାହୁଁଛନ୍ତି।

‘ଏଆଇଏମ୍‌ଡବ୍ଲୁପିଏଲ୍‌ବି’ର ଅଧ୍ୟକ୍ଷା କହନ୍ତି: ବିଲ୍‌ଟି ଠିକ୍‌ ମାର୍ଗରେ ଯିବା ପାଇଁ ପଦକ୍ଷେପ ହୋଇଥିଲେ ବି ଏଥିରେ ତ୍ରୁଟି ରହିଛି। ତାହା ତରବରରେ ଡ୍ରାଫ୍‌ଟିଙ୍ଗ୍‌ ହେବା ମନେହେଉଛି। ଏଥିରେ ଆବଶ୍ୟକ ପରିବର୍ତ୍ତନ ପ୍ରତି ଦୃଷ୍ଟି ଆକର୍ଷଣ କରି ମୁଁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ପତ୍ର ଲେଖିଛି।

ସେ କହିଛନ୍ତି ଯେ ନ୍ୟସ୍ତ ସ୍ୱର୍ଥ ପାଇଁ ଏହାର ଅପବ୍ୟବହାର ରୋକିବା ପାଇଁ ଏଥିରେ ସ୍ୱାମୀସ୍ତ୍ରୀ ମଧ୍ୟରେ ମୀମାଂଶା ଭଳି ଅନ୍ୟ କିଛି ସର୍ତ୍ତ ଭଳି ବ୍ୟବସ୍ଥା ରହିବା ଆବଶ୍ୟକ।

ସମ୍ବନ୍ଧିତ ଖବର