କଏଦୀମାନଙ୍କର ବି ଆଧାର ସଂଯୋଗ କରାଯିବ

ନୂଆଦିଲ୍ଲୀ : ଏଣିକି ଜେଲରେ ଥିବା କଏଦୀମାନଙ୍କର ମଧ୍ୟ ଆଧାର କାର୍ଡ ବାହାର କରାଯିବ । କେବଳ ଏତିକି ନୁହେଁ କଏଦୀଙ୍କୁ ଭେଟିବାକୁ ଆସୁଥିବା ପରିଜନମାନଙ୍କୁ ନିଜ ସହିତ ଆଧାର କାର୍ଡ ନେଇ ଆସିବାକୁ ହେବ । ନ ହେଲେ ସେମାନେ  କଏଦୀକୁ ଭେଟି ପାରିବେ ନାହିଁ । ଏ ନେଇ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଗାଇଡଲାଇନ ଜାରି କରିଛନ୍ତି ।

ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହିର କହିଛନ୍ତି ଯେ ଭାରତୀୟ ସମ୍ବିଧାନର ସପ୍ତମ ପରିଚ୍ଛେଦର ଦ୍ୱିତୀୟ ତାଲିକାର ଏଣ୍ଟ୍ରି-୪ ଅନୁଯାୟୀ ‘ଜେଲ୍’ ରାଜ୍ୟ ଅଧିକାରଭୁକ୍ତ ବିଷୟଭାବେ ଗଣା ହୋଇଥାଏ । ଜେଲର ପ୍ରଶାସନଏବଂ ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରମାନଙ୍କର । ତେବେ ଜେଲଗୁଡ଼ିକୁ ଆସୁଥିବା ପରିଦର୍ଶକମାନଙ୍କର ପରିଚୟ ପତ୍ରଭାବେ ଆଧାରକୁ ଗ୍ରହଣ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ଜେଲର ସମସ୍ତ ଅନ୍ତେବାସୀଙ୍କ ନାମ ସହ ଆଧାର ସଂଯୋଗ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଯଦ୍ୱାରାକି, ଜେଲ୍ ପ୍ରଶାସନ ଦ୍ୱାରା ନିୟନ୍ତ୍ରିତ ହେଉଥିବା କଏଦୀମାନଙ୍କ କାର୍ଯ୍ୟ, ଯଥା: କୋର୍ଟରେ ସେମାନଙ୍କୁ ହାଜର କରାଇବା, ଜେଲକୁ ପ୍ରତ୍ୟାବର୍ତ୍ତନ, ପରିବହନ, ସ୍ୱାସ୍ଥ୍ୟ ସୁବିଧା, ସାକ୍ଷାତ, ମାଗଣା ଆଇନଗତ ସହାୟତା, ପାରୋଲ, ଅସ୍ଥାୟୀ ମୁକ୍ତ ପଦ୍ଧତି, ଶିକ୍ଷା/କର୍ମଭିତ୍ତିକ ପ୍ରଶିକ୍ଷଣ, ଜେଲରୁ ଖଲାସ ଇତ୍ୟାଦି ଆଧାର ଦ୍ୱାରା ସୁନିୟନ୍ତ୍ରିତ ହୋଇପାରିବ

ସମ୍ବନ୍ଧିତ ଖବର