ସିଏଏକୁ ରଦ୍ଦ କରିବା ପାଇଁଁ ରାଜସ୍ଥାନ ବିଧାନସଭାରେ ଗୃହୀତ ହେଲା ପ୍ରସ୍ତାବ

ଜୟପୁର: ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ରଦ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଆହ୍ବାନ କରି ରାଜସ୍ଥାନ ବିଧାନସଭା ଶନିବାର ଏକ ପ୍ରସ୍ତାବ ଗୃହୀତ କରିଛି। ରାଜ୍ୟ ବିଧାନସଭାର ବଜେଟ୍‌ ଅଧିବେଶନରେ ଏହି ପ୍ରସ୍ତାବ ଗୃହୀତ ହୋଇଛି। ଶାସକ ଦଳ କ‌ଂଗ୍ରେସ ସିଏଏ ପ୍ରତ୍ୟାହାର  ପାଇଁ ଦାବି କରିଛି। ବିଧାନସଭାରେ ଏପରି ପ୍ରସ୍ତାବ ଗୃହୀତ କରିବାରେ ରଜସ୍ଥାନ ତୃତୀୟ ରାଜ୍ୟ। ପୂର୍ବରୁ ଅଣ-ବିଜେପି ଶାସିତ ରାଜ୍ୟ କେରଳ ଓ ପଞ୍ଜାବ ଏଭଳି  ପ୍ରସ୍ତାବ ଗୃହୀତ କରି ରାଜ୍ୟରେ ସିଏଏ ଲାଗୁ ନ କରିବାକୁ  ଦାବି କରି ସାରିଛନ୍ତି।

ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ଗୁରୁବାର କହିଛନ୍ତି, ‘ସିଏଏ ବିରୋଧରେ ଆନ୍ଦୋଳନ କରୁଥିବା ଆନ୍ଦୋଳନକାରୀଙ୍କ କଥା କେନ୍ଦ୍ର ଶୁଣିବା ଉଚିତ। ଯଦି ପାରସ୍ପରିକ ‌ଆଲୋଚନାକୁ ଗୁରୁତ୍ବ ନ ଦିଆଯାଏ ତେବେ ଲୋକତନ୍ତ୍ର ଦୁର୍ବଳ ହୋଇପଡ଼ିବ। କେନ୍ଦ୍ର ସରକାର ଆଉ ଥରେ ସିଏଏକୁ ନେଇ ଚିନ୍ତା କରନ୍ତୁ। ବିରୋଧ ପ୍ରଦର୍ଶନ କରିବାର ଅଧିକାର ସମ୍ବିଧାନ ସବୁ ଲୋକଙ୍କୁ ଦେଇଛି। ଯଦି କେହି ଏପରି କରୁଛନ୍ତି ସେମାନଙ୍କୁ ଆକ୍ରମଣ କରାଯାଉଛି ନହେଲେ ଦେଶଦ୍ରୋହୀର ନାମ ଦିଆଯାଉଛି।’

Deccan Herald

ଜାନୁଆରି ୨୮ ତାରିଖରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଜୟପୁର ରାଲିର ପ୍ରସ୍ତୁତି କରୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ନିଜର ବୟାନ ଦେଇ ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ଆହୁରି ବି କହିଥିଲେ ଯେ ‘ଚଳିତ ବିଧାନସଭା  ଅଧିବେଶନରେ ରାଜସ୍ଥାନ ସରକାର ସିଏଏ  ବିରୋଧରେ ଏକ ପ୍ରସ୍ତାବ ଗୃହୀତ କରିବ। ସିଏଏ କେତେ ଆଇନ ସମ୍ମତ ତାହା ସର୍ବୋଚ୍ଚ ନ୍ୟାୟାଳୟ ବିଚାର କରିବେ।’ ଶୃଙ୍ଖଳତାର ସହ ବିରୋଧ ପ୍ରଦର୍ଶନ କରୁଥିବା ଆନ୍ଦୋଳନକାରୀମାନଙ୍କୁ ସେ ସମର୍ଥନ କରୁଥିବା ବେଳେ ଆଇନ୍‌କୁ ନିଜ ହାତକୁ ନେଉଥିବା ଲୋକଙ୍କୁ ସେ ବିରୋଧ କରନ୍ତି ବୋଲି ମଧ୍ୟ କହିଥିଲେ।

ସମ୍ବନ୍ଧିତ ଖବର