ନୂଆଦିଲ୍ଲୀ : ଦିଲ୍ଲୀର ରାମଲୀଳା ମଇଦାନରେ ଆଜି କଂଗ୍ରେସ ପକ୍ଷରୁ ‘ଭାରତ ବଚାଓ’ ରୢାଲି ଅନୁଷ୍ଠିତ ହୋଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କ ସମେତ ଦଳର ବହୁ ବରିଷ୍ଠ ନେତାମାନେ ଏହି ରୢାଲିରେ ଯୋଗ ଦେଇ ମୋଦୀ ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ଅର୍ଥନୀତି, ନାଗରିକତା ସଂଶୋଧନ ଆଇନ ଏବଂ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ଆଜି କଂଗ୍ରେସ ନେତାମାନେ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ‘ଭାରତ ବଚାଓ’ ରୢାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଗର୍ଜିଥିଲେ। ବେରୋଜଗାର, ଆର୍ଥିକ ସଙ୍କଟର ମୁକାବିଲା କରିବାରେ ମୋଦୀ-ଶାହ ସରକାର ଦୟନୀୟ ଭାବେ ବିଫଳ ହୋଇଛନ୍ତି ଏବଂ ଲୋକଙ୍କୁ ସବୁ କ୍ଷେତ୍ରରେ ପ୍ରତାରଣା କରିଚାଲିଛନ୍ତି ବୋଲି ସୋନିଆ କହିଥିଲେ। ଦେଶକୁ ଯଦି ବଞ୍ଚାଇବାର ଅଛି, ତେବେ ବର୍ତ୍ତମାନ ହିଁ ସଂଘର୍ଷ କରିବାର ସମୟ ଆସିଯାଇଛି ବୋଲି ସେ କହିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ବର୍ଷ ତଳେ ଲୋକମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ ଏବଂ ଆଜି ପର୍ଯ୍ୟନ୍ତ କୌଣସି ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି କହିଥିଲେ ଯେ ଦେଶରେ ଏବେ ଅପାରଗ ସରକାର ଚାଲିଛି ଏବଂ ମୋଦୀ-ଶାହ ଯୋଡ଼ି ପ୍ରତି କ୍ଷେତ୍ରରେ ଲୋକଙ୍କୁ ଠକି ଚାଲିଛନ୍ତି।
ଦେଶ ପାଇଁ ସଂଘର୍ଷ କରିବା ସମୟ ଆସିଯାଇଛି: ସୋନିଆ
କଂଗ୍ରେସର ଭାରତ ବଚାଓ ରୢାଲି
/sambad/media/post_attachments/wp-content/uploads/2019/09/Sonia-Gandhi-770x433.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)