ଗାର୍ଲଫ୍ରେଣ୍ଡ ପ୍ରେମରେ ପଡି ନିଜ ବାପାଙ୍କ କାର୍‌ରେ ବୋମା ଖଞ୍ଜିଥିଲା ଏହି ଏନଆରଆଇ ଯୁବକ

ଲଣ୍ଡନ: ଏଠାରେ ରହୁଥିବା ଏକ ଭାରତୀୟ ବଂଶୋଦ୍ଭବ ଯୁବକ ନିଜ ପିତାଙ୍କୁ ମାରିବା ପାଇଁ ଅନଲାଇନରେ ବୋମା ଅର୍ଡର କରି ଗିରଫ ହୋଇଛି। ବ୍ରିଟେନର ଏକ କୋର୍ଟ ତାକୁ ୮ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଗୁରୁତେଜ ସିଂ ରନ୍ଧାଓ୍ଵା ନାମକ ଏହି ୧୯ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଯୁବକ ସେଠାରେ ଜଣେ ଶ୍ୱେତାଙ୍ଗ ତରୁଣୀକୁ ପ୍ରେମ କରୁଥିଲା ଓ ତାକୁ ବିବାହ କରିବାକୁ ଚାହୁଁଥିଲା । କିନ୍ତୁ ତାର ପରିବାର ଏହାକୁ ବିରୋଧ କରୁଥିଲେ । ଏହି କାରଣରୁ ସେ ନିଜ ପିତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । ନିଜର ଏହି ଚକ୍ରାନ୍ତକୁ କାର୍ଯ୍ୟକାରୀ କରିବାକୁ ସେ ଏକ ଯୋଜନା ପ୍ରସ୍ତୁତ କରିଥିଲା । ଅନଲାଇନରେ ବିସ୍ଫୋରକ ମଗାଇ ନିଜ ବାପାଙ୍କ କାର୍‌ ରେ ଲଗାଇବାକୁ ସେ ଯୋଜନା କରିଥିଲା । କିନ୍ତୁ ବ୍ରିଟେନର ନାସନାଲ କ୍ରାଇମ ଏଜେନ୍ସିର ଏକ ସାଇବର କ୍ରାଇମ ଟିମ୍‌ ରନ୍ଧାଓ୍ଵାର ଏହି ଅନଲାଇନ ଅର୍ଡର ବିଷୟରେ ଆଗୁଆ ଜାଣିବା ପରେ ଏକ ଜାଲ ବିଛାଇଲେ । ପୁଲିସର ଯୋଜନା ଅନୁଯାୟୀ ଅସଲି ବିସ୍ଫୋରକ ବଦଳରେ କିଛି ନକଲି ବିସ୍ଫୋରକ ତା ଠିକଣାରେ ପଠାଗଲା । ଡେଲିଭରୀ ବେଳେ ପୁଲିସ ଉକ୍ତ ଯୁବକକୁ ଗିରଫ କରିଥିଲା ।

ଏହି ମାମଲାର ବିଚାର କରି ଲଣ୍ଡନର ଜଣେ ଜଜ୍‌ ତାକୁ ୮ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତାହାର ଏହି ଅପରାଧ ସଂପର୍କରେ ମନ୍ତବ୍ୟ ଦେଇ ବିଚାରପତି କହିଥିଲେ ଯେ ଏହା ଏକ ଆଶ୍ଚର୍ଯ୍ୟଜନକଭାବେ ଭୟଙ୍କର ଅପରାଧ । ସେ ନିଜ ଜୀବନ ଲକ୍ଷ୍ୟ ହାସଲ କରିବା ପାଇଁ ନିଜ ବାପାଙ୍କୁ ମଧ୍ୟ ହତ୍ୟା କରିବାକୁ ଉଦ୍ୟମ କରିଥିଲା । ଏଭଳି ବ୍ୟକ୍ତି ସାରା ସମାଜ ପାଇଁ ଏକ ବିପଦ ।

ସମ୍ବନ୍ଧିତ ଖବର