ପାଟନା: ବିହାରରେ ଏନ୍ସେଫାଲାଇଟିସ୍ ଏବେ ଆତଙ୍କ ଖେଳାଇ ଦେଇଛି। ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ୍ (ଏଇଏସ୍) ହେତୁ ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୦ ଜଣଙ୍କ ମୃତ୍ୟୁ ହୋଇଛି। ଏଇଏସ୍ ଜନିତ ମୃତ୍ୟୁସଂଖ୍ୟା ୧୦୦ ଅତିକ୍ରମ କରି ସାରିଛି। ତେବେ ଦିନକୁ ଦିନ ସ୍ଥିତି ସୁଧୁରିବା ବଦଳରେ ବିଗିଡ଼ିବାରେ ଲାଗିଛି। ବିହାରର ମୁଜାଫରପୁର ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଇଏସ୍ରେ ପ୍ରାଣ ହରାଇଥିବା ଶିଶୁମାନଙ୍କ ବୟସ ୧ରୁ ୧୧ବର୍ଷ ବୟସ ମଧ୍ୟରେ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ସ ବର୍ଦ୍ଧନ ଗତକାଲି ମୁଜାଫରପୁରର ଏସ୍କେଏମସିଏଚ୍ ଡାକ୍ତରଖାନା ଯାଇ ସ୍ଥିତି ସମୀକ୍ଷା କରିଥିଲେ। ହର୍ଷ ବର୍ଦ୍ଧନଙ୍କ ସହ ଅଶ୍ବିନୀ କୁମାର ଚୌବେ, ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମଙ୍ଗଳ ପାଣ୍ଡେ ମଧ୍ୟ ଏସକେଏମ୍ସିଏଚ୍ ଡାକ୍ତରମାନଙ୍କ ସହ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ଗତକାଲି ହର୍ଷ ବର୍ଦ୍ଧନଙ୍କ ୪ ଘଣ୍ଟାର ଗସ୍ତ ସମୟ ମଧ୍ୟରେ ୪ ଜଣ ଶିଶୁଙ୍କ ପ୍ରାଣହାନି ହୋଇଛି। କେବଳ ଏସ୍କେଏମ୍ସିଏଚ୍ରେ ୭୬ ଜଣଙ୍କ ପ୍ରାଣହାନି ହୋଇଥିବାବେଳେ କେଜ୍ରିୱାଲ୍ ହସ୍ପିଟାଲ୍ରେ ୧୭ ଜଣଙ୍କର ମୃତ୍ୟୂ ହୋଇଛି। ଆହୁରି ୧୧୫ ଜଣ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି। ମୁଜାଫରପୁରକୁ ଏବେ ପାଟନାରୁ ଅଧିକ ସଂଖ୍ୟାରେ ଡାକ୍ତରଙ୍କୁ ପଠାଯାଇଛି। ଉଲ୍ଲେଖଯୋଗ୍ୟ ୨୦୧୪ରେ ମଧ୍ୟ ଏଇଏସ୍ ଯୋଗୁଁ ୩୭୯ ଶିଶୁଙ୍କର ପ୍ରାଣହାନି ହୋଇଥିଲା। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଭ୍ୟନ୍ତରୀଣ ବୈଠକ କରିଛନ୍ତି। ରୋଗ ନିୟନ୍ତ୍ରଣ ଦିଗରେ ବଳିଷ୍ଠ ପଦକ୍ଷେପ ପାଇଁ ଏହି ବୈଠକରେ ଆଲୋଚନା ହୋଇଛି। ନୀତୀଶ ମଧ୍ୟ ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ନୀତୀଶ କୁମାର ଗତକାଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସାକ୍ଷାତ କରିଛନ୍ତି। ତେବେ ଉଭୟଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା ତାହା ଜଣାପଡ଼ିନି।
ବିହାର ସ୍ଥିତି ଅଣାୟତ୍ତ, ଏନ୍ସେଫାଲାଇଟିସ୍ ମୃତ୍ୟୁସଂଖ୍ୟା ୧୦୦ ଟପିଲା
୨୪ ଘଣ୍ଟାରେ ଆଉ ୨୦ ଜୀବନ ଗଲା
/sambad/media/post_attachments/wp-content/uploads/2019/06/encephalitis-death.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)