ଗରିବ ଲୋକଙ୍କୁ ୭୨ ହଜାର ଟଙ୍କା ଦେବାର ଘୋଷଣା ମାମଲାରେ କଂଗ୍ରେସ ଦଳ ଏବଂ ନିର୍ବାଚନ କମିସନଙ୍କୁ ନୋଟିସ୍‌ ଜାରି କରିଲେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ

ଆହ୍ଲାବାଦ : କଂଗ୍ରେସ ଦଳର ନିର୍ବାଚନୀ ଇସ୍ତାହାରରେ ସରକାର ଆସିଲେ ୭୨ ହଜାର ଟଙ୍କା ଗରିବ ଲୋକଙ୍କୁ ଦେବାର ଘୋଷଣା ପ୍ରସଙ୍ଗ ଏବେ ନ୍ୟାୟାଳୟରେ ପହଞ୍ଚିଛି। ସରକାର ଆସିଲେ ୭୨ ହଜାର ଟଙ୍କା ଗରିବ ଲୋକଙ୍କୁ ଦେବାର ଘୋଷଣାକୁ ନେଇ ଆଇନଜୀବୀ ମୋହିତ କୁମାର ଓ ଅନିଲ ପାଣ୍ଡେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ । ଏ ନେଇ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ କଂଗ୍ରେସ ଦଳ ଏବଂ ନିର୍ବାଚନ କମିସନଙ୍କୁ ନୋଟିସ୍‌ ଜାରି କରିଛନ୍ତି । ଏହା ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ ବୋଲି ବି କୁହାଯାଇଛି।

ସରକାର ଆସିଲେ ୭୨ ହଜାର ଟଙ୍କା ଗରିବ ଲୋକଙ୍କୁ ଦେବାର ଘୋଷଣା କ’ଣ ଲାଞ୍ଚ ସହିତ ସମାନ ନୁହେଁ କି ବୋଲି ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି । କଂଗ୍ରେସ ଇସ୍ତାହାର ବିପକ୍ଷରେ ହୋଇଥିବା ଆବେଦନର ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ବିଚାରପତି ରାଜେନ୍ଦ୍ର କୁମାର ଓ ସୁଧୀର ଅଗ୍ରୱାଲଙ୍କ ଖଣ୍ଡପୀଠ ଶୁଣାଣି କରିଛନ୍ତି । ନ୍ୟାୟମୂର୍ତ୍ତି କଂଗ୍ରେସର ଘୋଷଣା ପତ୍ର ଉପରେ ପ୍ରଶ୍ନ ଉଠାଇଛନ୍ତି । ଲୋକଙ୍କୁ ଟଙ୍କା ଦେବାକୁ କହିବା ଲାଞ୍ଚ ସହିତ ସମାନ ଅଟେ ।ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୩ ତାରିଖରେ ହେବ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର