ବାବା ରାମଦେବ ହେବେ ଭାରତର ପ୍ରଧାନମନ୍ତ୍ରୀ: ନ୍ୟୁୟର୍କ ଟାଇମ୍ସର ଭବିଷ୍ୟବାଣୀ

ନ୍ୟୁୟର୍କ:  ଆମେରିକା ରାଷ୍ଟ୍ରପତିଙ୍କ ସହିତ ଅଧିକାଂଶ ସମାନତା ଯୋଗଗୁରୁ ରାମଦେବଙ୍କର ରହିଛି।  ଟ୍ରମ୍ପ ଯେପରି ନିଜ ଅର୍ଥନୈତିକ ସାମ୍ରାଜ୍ୟ ବାସ୍ତାର କରିବା ପରେ ଆମେରିକାର ରାଷ୍ଟ୍ରପତି ହୋଇ ପାରିଲେ, ଠିକ୍‌ ସେହିପରି ଯୋଗଗୁର ରାମଦେବ ପତଞ୍ଜଳି ଜରିଆରେ ନିଜ ବ୍ୟବସାୟିକ ସାମ୍ରାଜ୍ୟକୁ  ସମଗ୍ର ଭାରତରେ  ବଢ଼ାଇ ପାରିଛନ୍ତି। ଆଗାମୀ ଦିନରେ ଯୋଗଗୁରୁ  ବାବା ରାମଦେବ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ହୋଇ ପାରନ୍ତି ବୋଲି ଭବିଷ୍ୟବାଣୀ କରିଛି ଆମେରିକାର ପ୍ରସିଦ୍ଧ ଦୈନିକ ଖବରକାଗଜ  ନ୍ୟୁୟର୍କ ଟାଇମ୍ସ।

ନ୍ୟୁୟର୍କ ଟାଇମ୍‌ସ ବାବା ରାମଦେବଙ୍କ ଉପରେ ଏକ ସ୍ୱତନ୍ତ୍ର ଆଲେଖ୍ୟରେ ଉଲ୍ଲେଖ କରିଛି ଯେ ବାବା ରାମଦେବଙ୍କ ସଫଳତା ଏବେ ଆର୍ନ୍ତଜାତିକ ଗଣମାଧ୍ୟମରେ  ହେଡ୍‌ ଲାଇନ୍ସ ହେବାରେ ଲାଗିଛି । କେବଳ ସେତିକି ନୁହେଁ ବାବା ନିଜେ ମଧ୍ୟ ସବୁବେଳେ ଭାରତ ଓ ବିଦେଶରେ ଚର୍ଚ୍ଚାର ରହିବାକୁ ଚାହାଁନ୍ତି।। ଯଦିଓ ଟ୍ରମ୍ପଙ୍କ ପରି ବାବା ରାମଦେବ ବିବାଦୀୟ ନୁହଁନ୍ତି, ତଥାପି ଉଭୟଙ୍କ ମଧ୍ୟରେ ବହୁ ସମାନତା ରହିଛି ବୋଲି ନ୍ୟୁୟର୍କ ଟାଇମ୍ସ ଉଲ୍ଲେଖ କରିଛି। ନ୍ୟୁୟର୍କ ଟାଇମ୍ସ  ବାବା ରାମଦେବଙ୍କ ଉପରେ ‘ ମୋଦିଙ୍କ ଉତ୍‌ଥାନ ପଛରେ କୋଟି ପତି ବାବା’ ଶୀର୍ଷକ  ସ୍ୱତନ୍ତ୍ର ଫିଚରରେ  ଲେଖିଛିି  ଯେ ଟ୍ରମ୍ପଙ୍କ ପରି  ବାବା ରାମଦେବ ମଧ୍ୟ ବହୁକୋଟି କମ୍ପାନିର ମାଲିିକ।  ସେହିପରି ଟ୍ରମ୍ପଙ୍କ ପରି  ବିଭିନ୍ନ  ଟିଭି ଚାନେଲରେ ବାବା ରାମଦେବ ବେପରୁଆ ଭାବେ ଓ ରୋକଠୋକ ଜବାବ ଦେବାରେ ମାହିର। ଆଉ ନିଜକୁ ବ୍ରାଣ୍ଡିଂ କରିବାରେ ରାମଦେବ ବେଶ ପାରଙ୍ଗମ।   ମହିଳା ମାନଙ୍କୁ ନେଇ ଟ୍ରମ୍ପଙ୍କ ପରି ଯଦିଓ  ବାବା ରାମଦେବ ବିବାଦୀୟ ନୁହଁନ୍ତି, କିମ୍ବା ନିଜର ରାଜନୈତିକ ଅଫିସ ନାହିଁ, ତଥାପି  ଯୋଗଗୁରୁ ରାମଦେବ  ଯେ କୌଣସି ପ୍ରଧାନମନ୍ତ୍ରୀଙ୍କ ଠାରୁ ଅଧିକ କ୍ଷମତାଶାଳୀ ହେବାକୁ ଯାଉଛନ୍ତି।  ଭାରତର  ଘରେ ଘରେ ସେ ଜଣେ ଚିହ୍ନା ମୁହଁ,  ଜଣେ    ଯୋଗୀ ଭାବେ ତାଙ୍କର ଲୋକପ୍ରିିୟତା ବଢ଼ୁଥିବାରୁ , ଆଗାମୀ ଦିନରେ ସେ ଭାରତର ପ୍ରଧାନମନ୍ତ୍ରୀ ହେବ । ନେଇ ଭବିଷ୍ୟତବାଣୀ  କରିଛି ନୁୟର୍କ ଟାଇମ୍ସ।

ସମ୍ବନ୍ଧିତ ଖବର