ଓବିସି କମିସନଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି

ନୂଆଦିଲ୍ଲୀ : ଅନ୍ୟାନ୍ୟ ପଛୁଆ ବର୍ଗ ବା ଓବିସିମାନଙ୍କର ବର୍ଗୀକରଣ ପ୍ରସଙ୍ଗର ପର୍ଯ୍ୟବେକ୍ଷଣ ଲାଗି ଗଠିତ କମିସନର କାର୍ଯ୍ୟକାଳ ଅବଧିକୁ ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ଅର୍ଥାତ ୬ ମାସ ବୃଦ୍ଧି କରାଯାଇଛି । ଏନେଇ ଏକ ପ୍ରସ୍ତାବକୁ ବୁଧବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରି ମିଳିଛି ।
ଏହି କମିସନ ଓବିସି କେନ୍ଦ୍ରୀୟ ସୂଚୀରେ ଥିବା ବିଭିନ୍ନ ତଥ୍ୟକୁ ପଢ଼ି ସେଥିରେ ରହିଥିବା ତ୍ରୁଟି ଓ ପୁନରାବୃତ୍ତିକୁ ସୂଚାଇବ ଏବଂ ଆବଶ୍ୟକୀୟ ସଂଶୋଧନ ପାଇଁ ସୁପାରିସ କରିବ । ବର୍ତ୍ତମାନ ଓବିସି ସୂଚୀ ଅନ୍ତର୍ଗତ ଗୋଷ୍ଠୀ ଯେଉଁମାନେ କି ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାରୀ ଚାକିରି ଓ ଭାରତ ସରକାରଙ୍କ ଶିକ୍ଷାନୁଷ୍ଠାନ ମାନଙ୍କରେ ଆଡମିସନ ପାଇଁ ସଂରକ୍ଷଣ ସୁବିଧାରୁ ବଞ୍ଚିତ, ସେମାନେ ଏହି କମିସନର ସୁପାରିଶ ଅନୁଯାୟୀ ଲାଭ ପାଇବେ । ଏଥି ସହିତ କେନ୍ଦ୍ରୀୟ ଏସଇବିସି ସୂଚୀ ଅନ୍ତର୍ଗତ ଗୋଷ୍ଠୀର ଲୋକମାନେ ଯେଉଁମାନେ ଚାକିରି ବା ଆଡମିସନ କ୍ଷେତ୍ରରେ ଓବିସିଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣରୁ ବଞ୍ଚିତ ହେଉଛନ୍ତି, ସେମାନଙ୍କୁ ମଧ୍ୟ ଏହି ଲାଭ ମିଳିବ । କମିସନର ପ୍ରଶାସନିକ କାର୍ଯ୍ୟ ପାଇଁ ଆବଶ୍ୟକୀୟ ଅର୍ଥ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ଯୋଗାଇବ ।

ସମ୍ବନ୍ଧିତ ଖବର