ଏହି ନିର୍ଦ୍ଦେଶକ ପିଏମ୍‌ ମୋଦିଙ୍କ ମାଆଙ୍କୁ ନେଇ ଟୁଇଟରରେ ଦେଲେ ଆପତ୍ତିଜନକ ଟିପ୍ପଣୀ

ନୂଆଦିଲ୍ଲୀ: ‘ମାତୃ ଦିବସ’ ଅବସରରେ ଦେଶର ଲୋକମାନେ ନିଜନିଜ ଶୈଳୀରେ ମାତୃ ଦିବସକୁ ପାଳନ କରିଥିଲେ। ତେବେ ଏହି ମାତୃ ଦିବସ ଅବସରରେ ଆଡ ଫିଲ୍ମମେକର ଓ ନିର୍ଦ୍ଦେଶକ ରାମ ସୁବ୍ରମଣ୍ୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ପୁଣି ଥରେ ଏକ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି, ଯାହାକୁ ନେଇ ସେ ବିବାଦ ଘେରରେ ଅଛନ୍ତି।

ଗତକିଛି ଦିନ ହେବ ନିର୍ଦ୍ଦେଶକ ରାମ ସୁବ୍ରମଣ୍ୟମ କଣ୍ଣାଟକରେ ର‍୍ୟାଲି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରକୁ ଜୋତା ଫିଙ୍ଗିବା ବ୍ୟକ୍ତିଙ୍କୁ ଏକଲକ୍ଷ ଟଙ୍କା ପୁରସ୍କାର ରାଶି ଦେବେ ବୋଲି ଘୋଷଣା କରିଥିଲେ। ଏହି ମାମଲା ନେଇ ତାଙ୍କ ବିରୋଧରେ ସ୍ଥାନୀୟ ବିଜେପି ନେତା ଲକ୍ଷ୍ମୌର ବିଭୁତିଖଣ୍ଡ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ।

ରାମ ଆପତ୍ତିଜନକ ଟିପ୍ପଣୀ ଦେଇ ଲେଖିଛନ୍ତି, ‘ଯଦି ନରେନ୍ଦ୍ର ମୋଦିଙ୍କ ମା’ ଆବର୍ସନ୍ ଉପରେ ବିଚାର କରି ଥାଆନ୍ତେ ତେବେ ଏହା ଭାରତର ପ୍ରତ୍ୟେକ ପୁଅ ପାଇଁ ଭଲ ଉପହାରଟିଏ ହୋଇ ଥାଆନ୍ତା।’ ଏହି ପୋଷ୍ଟ ସହିତ ‘ମଦର୍ସ ଡେ’ର ବି ବ୍ୟବହାର କରିଛନ୍ତି ସେ।

ଏହି ଟୁଇଟକୁ ନେଇ ଜୋରଦାର ନିନ୍ଦା କରାଯାଉଛି। କେତେକ ଟୁଇଟର ବ୍ୟବହାରକାରୀ ଏହି ଟୁଇଟର ଜବାବ ଦେଇ ଲେଖିଛନ୍ତି, ଏହି ଟୁଇଟର ହ୍ୟାଣ୍ଡେଲରେ ସର୍ବଦା ମୋଦିଙ୍କ ନିନ୍ଦା କରା ଯାଉଛି। କେତେକ ଲୋକ ମହାରାଷ୍ଟ୍ର ସରକାରଙ୍କୁ ଏହି ଟୁଇଟର ହ୍ୟାଣ୍ଡେଲ ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର