‘ଓଖି’ ଆଜି ଗୁଜୁରାଟ ଉପକୂଳ ଛୁଇଁବ, ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇପାରେ!

ମୁମ୍ବାଇ : ତାମିଲନାଡ଼ୁ, କେରଳ,କର୍ଣ୍ଣାଟକ ଓ ଲାକ୍ଷାଦ୍ୱୀପରେ ତାଣ୍ଡବ ରଚିବାପରେ ବାତ୍ୟା ‘ଓଖି’ ଏବେ ଗୁଜୁରାଟ ଉପକୂଳ ମୁହାଁ ହୋଇଛି। ମୁମ୍ବାଇ ଉପକୂଳଠାରୁ ମାତ୍ର ୩୦୦କିଲୋମିଟର ଦୂରରେ ଥିବା ‘ଓଖି’ପ୍ରଭାବରେ ଗୁଜୁରାଟ ଓ ମହାରାଷ୍ଟ୍ରରେ ବର୍ଷା ଆରମ୍ଭ ହୋଇଯାଇଛି। ପାଣିପାଗ ବିଭାଗର ସୂଚନାର ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ଗୁଜୁରାଟ ଉପକୂଳରେ ଭୂମି ଛୁଇଁବ। ଏହାର ପ୍ରଭାବରେ ଗୁଜୁରାଟ ଏବଂ ପଡ଼ୋଶୀ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଓ ପବନ ହେବ ବୋଲି ଜଣାପଡ଼ିଛି।

ଗୁଜୁରାଟର ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ୯ ତାରିଖରେ ହେବାକୁ ଯାଉଛି। ‘ଓଖି’ ବର୍ତ୍ତମାନ ନିର୍ବାଚନ ପ୍ରଚାରରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି। କାରଣ ଗୁଜୁରାଟରେ ବର୍ଷା ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି ପରିସ୍ଥିତିରେ ବାତ୍ୟା ଆକ୍ରାନ୍ତ ଗୁଜୁରାଟବାସୀଙ୍କୁ ସାହାଯ୍ୟ କରିବା ଲାଗି ବିଜେପିର କର୍ମୀମାନଙ୍କୁ ଆହ୍ଵାନ ଦେଇଛନ୍ତି। ସୁରଟର ଜିଲ୍ଲାପାଳ ମହେନ୍ଦ୍ର ପଟେଲ କହିଛନ୍ତି କି ଉପକୂଳ ଅଞ୍ଚଳରେ ବର୍ଷା ପବନ ଆରମ୍ଭ ହୋଇଯାଇଛି।

ତେଣେ ମହାରାଷ୍ଟ୍ରର ସ୍କୁଲ୍‌, କଲେଜ ବନ୍ଦ କରି ଦିଆଯାଇଛି। ରାଜ୍ୟର ସିନ୍ଧୁଦୁର୍ଗା ,ଥାନେ,ରାୟଗଡ଼ ଓ ପାଲଘର ଜିଲ୍ଲା ଓଖି ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହେବ ବୋଲି ମନ୍ତ୍ରୀ ବିନୋଦ ତାଓବେ କହିଛନ୍ତି।

ସମ୍ବନ୍ଧିତ ଖବର