‘ହ୍ୟାଲୋ ଆର୍‌ସି’କୁ ମିଳିଲା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ୬୫ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ଆଞ୍ଚଳିକ ଭାଷାରେ ଫିଚର ଫିଲ୍ମ ବିଭାଗରେ ଶେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘‘ହ୍ୟାଲୋ ଆର୍‌ସି’’କୁ ପୁରସ୍କୃତ କରାଯାଇଛି। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ସହିତ ଶ୍ରେଷ୍ଠ ସଂଳାପ ଏବଂ ସ୍ୱତନ୍ତ୍ର ମେନସନ ବିଭାଗରେ ମଧ୍ୟ ଏହି ଚଳଚ୍ଚିତ୍ରକୁ ପରସ୍କୃତ କରାଯାଇଛି। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ତଥା ଶ୍ରେଷ୍ଠ ସଂଳାପ ପାଇଁ ଚଳଚ୍ଚିତ୍ରର ପ୍ରଯୋଜକ ଅଜୟ ରାଉତରାୟଙ୍କୁ ରଜତ କମଳ ଓ ଅର୍ଥରାଶି ପ୍ରଦାନ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତି ଯୁବିନ ଇରାନି ଏହି ପୁରସ୍କାର ପ୍ରଦାନ କରିଥିଲେ। ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ପ୍ରକୃତି ମିଶ୍ରଙ୍କୁ ସ୍ୱତନ୍ତ୍ର ସମ୍ମାନ ଭାବେ ମଧ୍ୟ ପୁରସ୍କୃତ କରାଯାଇଛି। ଗତ କିଛିବର୍ଷ ହେବ ଫିଚର ଫିଲ୍ମ ବିଭାଗରେ ଓଡ଼ିଆ ଚଳଚ୍ଚିତ୍ରକୁ ବିଫଳତାର ସମ୍ନା କରିବାକୁ ପଡ଼ିଥିବା ବେଳେ ‘‘ହ୍ୟାଲୋ ଆରସି’’କୁ ତିନୋଟି ପୁରସ୍କାର ମିଳିବା ଓଡ଼ିଆ ସିନେ ପ୍ରମୀଙ୍କ ମଧ୍ୟରେ ଖୁସିର ମାହୋଲ ଖଳାଇ ଦେଇଛି। ଜାତୀୟ ସ୍ତରରେ ‘ହ୍ୟାଲୋ ଆରସି’କୁ ତିନୋଟି ପୁରସ୍କାର ମିଳିବା ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି ପ୍ରଯୋଜକ ଅଜୟ ରାଉତରାୟ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର କହିଛନ୍ତି। ତେବେ ରାଷ୍ଟ୍ରପତିଙ୍କ ନିକଟରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ଅଧିକ ଖୁସି ଲାଗିଥାନ୍ତା ବୋଲି ସେମାନେ କହିଥିଲେ।

ସମ୍ବନ୍ଧିତ ଖବର