ଜାତୀୟ ସହିଦ ସ୍ମାରକୀରେ ଓଡ଼ିଆ ସହିଦ ଯବାନଙ୍କ ନାମ ସାମିଲ

ନୂଆଦିଲ୍ଲୀ : ଦେଶର ସୁରକ୍ଷା ଲାଗି ପ୍ରାଣବଳି ଦେଇଥିବା ବୀର ଯବାନମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା ଜାତୀୟ ସହିଦ ସ୍ମାରକୀରେ ଓଡ଼ିଆ ବୀର ଯବାନମାନଙ୍କ ନାମ ସ୍ଥାନ ପାଇଛି। ଦିଲ୍ଲୀର ଚାଣକ୍ୟପୁରୀରେ ସ୍ଥାପନ କରାଯାଇଥିବା ଜାତୀୟ ସହିଦ ସ୍ମାରକୀରେ ଓଡ଼ିଶା ସମେତ ଦେଶର ସବୁ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ୧୯୪୭ ପରଠାରୁ ସହିଦ ହୋଇଥିବା ୩୪,୮୪୪ ପୁଲିସ କର୍ମଚାରୀଙ୍କ ନାମ ଉଲ୍ଲେଖ ରହିଛି। ମାଓବାଦୀଙ୍କ ସହ ସଂଘର୍ଷ ତଥା ଆଭ୍ୟନ୍ତରୀଣ ସୁରକ୍ଷାରେ ସହିଦ ହୋଇଥିବା ବୀର ଯବାନମାନଙ୍କୁ ଜାତୀୟ ସହିଦ ସ୍ମାରକୀ ଜରିଆରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଜାତୀୟ ସହିଦ ସ୍ମାରକୀରେ ସମସ୍ତ ସହିଦଙ୍କୁ ପଥର ଖୋଦେଇ କଳାରେ ପ୍ରଦର୍ଶିତ କରାଯାଇଛି। ଏତଦ୍‌ବ୍ୟତୀତ ଜାତୀୟ ପୁଲିସ ସଂଗ୍ରହାଳୟରେ ଓଡ଼ିଶା ପୁଲିସ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର