‘ଗୁଗଲ୍‌ ଟ୍ରାନ୍‌ସ୍‌ଲେଟ୍‌’ରେ ଆସିବ ଓଡ଼ିଆ

ସାନ୍‌ ଫ୍ରାନ୍‌ସିସ୍‌କୋ: ଅନୁବାଦ ସେବାରେ ଆଉ ପାଞ୍ଚଟି ଭାଷା ଅନ୍ତର୍ଭୁକ୍ତ କରାଯିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ସର୍ଚ ଇଞ୍ଜିନ୍‌ ଜାଏଣ୍ଟ୍‌ ‘ଗୁଗଲ୍‌’ ଘୋଷଣା କରିଛି।

ଏହି ଭାଷାଗୁଡ଼ିକ ହେଉଛି କିନିୟାର୍‌ଓ୍ଵାଣ୍ଡା, ଓଡ଼ିଆ, ତାତାର୍‌, ତୁର୍କମେନ୍‌ ଏବଂ ଉୟିଘର୍‌। ବୁଧବାର ଦିନ ଏ ବିଷୟରେ ଘୋଷଣା କରିଛନ୍ତି ‘ଗୁଗଲ୍‌ ଟ୍ରାନ୍‌ସଲେଟ୍‌’ର ସଫ୍‌ଟ୍‌ୱର୍ ଇଞ୍ଜିନିୟର୍‌ ଆଇଜାକ୍‌ କ୍ୟାସ୍‌ୱେଲ୍।

ଏହି ନୂଆ ଭାଷାଗୁଡ଼ିକ ଉଭୟ ଟେକ୍‌ଷ୍ଟ୍‍  ୱେବ୍‌ସାଇଟ୍‌ ଅନୁବାଦରେ ସହାୟକ ହେବ। ବିଶେଷକରି କିନିୟାର୍‌ଓ୍ଵାଣ୍ଡା, ତାତାର୍‌ ଏବଂ ଉୟିଘୁର୍‌ ଭାଷା ଭର୍ଚୁଆଲ୍‌ କି’ବୋର୍ଡ ଇମ୍‌ପୁଟ୍‌କୁ ସପୋର୍ଟ କରିବ।

କ୍ୟାସ୍‌ୱେଲ୍ ଆହୁରି କହିଛନ୍ତି ଯେ ବିଶ୍ୱରେ ୭୫ ନିୟୁତରୁ ଅଧିକ ବ୍ୟକ୍ତି ବ୍ୟବହାର କରୁଥିବା ଏହି ଭାଷାଗୁଡ଼ିକୁ ଆମେ ‘ଗୁଗଲ୍‌ ଟ୍ରାନ୍‌ସ୍‌ଲେଟ୍‌’ରେ ୪ ବର୍ଷ ମଧ୍ୟରେ ଅନ୍ତର୍ଭୁକ୍ତ କରିଛୁ। ଫଳରେ ‘ଗୁଗଲ୍‌ ଟ୍ରାନ୍‌ସ୍‌ଲେଟ୍‌’ର ଅନୁବାଦ ଭାଷାସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି।

କିନିୟାର୍‌ଓ୍ଵାଣ୍ଡା ରଓ୍ଵାଣ୍ଡାର, ଓଡ଼ିଆ ଓଡ଼ିଶାର, ତାତାର ରୁଷ୍‌, ୟୁକ୍ରେନ୍‌ ଓ ଉଜ୍‌ବେକିସ୍ତାନର, ତୁର୍କମେନ୍‌ ତୁର୍କମେନ୍‌ସ୍ତାନ ଓ ଉୟିଘୁର୍‌ ଭାଷା।

ସମ୍ବନ୍ଧିତ ଖବର