ହକିକୁ ଜାତୀୟ କ୍ରୀଡା ଭାବେ ବିଧିବଦ୍ଧ ମାନ୍ୟତା ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଭାରତର ଜାତୀୟ ଖେଳ କ’ଣ? ଏ ପ୍ରଶ୍ନ ପଚାରିଲେ ଛାତ୍ରଛାତ୍ରୀ ଉତ୍ତର ଦିଅନ୍ତି- ହକି। କିନ୍ତୁ ଏ ନେଇ ସରକାରୀ ଭାବେ କୌଣସି ଘୋଷଣା ନାହିଁ। ହକିକୁ ଜାତୀୟ କ୍ରୀଡା ଭାବେ ବିଧିବଦ୍ଧ ଭାବେ ମାନ୍ୟତା ଦେବାକୁ ଦାବି କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଚିଠିରେ ମୁଖ୍ୟମନ୍ତ୍ରୀ ହକିକୁ ସମ୍ମାନ ଦେବାକୁ ଦାବି କରି ଲେଖିଛନ୍ତି ଯେ, ହକିକୁ ଜାତୀୟ କ୍ରୀଡାର ମାନ୍ୟତା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଉ ଏବଂ ଆଜି ପର୍ଯ୍ୟନ୍ତ କାହିଁକି ହକିକୁ ଜାତୀୟ କ୍ରୀଡା ମାନ୍ୟତା ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ ସେ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

Odisha Sun Times

ହକି ଭାରତୀୟ କ୍ରୀଡ଼ାକୁ ଅନେକ ଗୌରବମୟ ମୁହୂର୍ତ୍ତ ଦେଇଛି। ୧୯୪୮ ମସିହାରେ ଭାରତ ଲଣ୍ଡନ ଅଲମ୍ପିକରେ ଗ୍ରେଟ ବ୍ରିଟେନକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ତାହା ଦେଶ ପାଇଁ ଏକ ଗର୍ବର ମୂହୁର୍ତ୍ତ ଥିଲା କାରଣ ବିଶ୍ୱ ଦରବାରରେ ଯେତେବେଳେ ଦେଶର ଜାତୀୟ ପତାକା ଉଡିବା  ସହ ଜାତୀୟ ସଂଗୀତ ଗୁଞ୍ଜରିତ ହୋଇଥାଏ ସେତେବେଳେ ଦେଶବାସୀ ଗୌରାବନ୍ୱିତ ଅନୁଭବ କରିଥାନ୍ତି । ତେବେ ୧୯୮୦ ମସିହା ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରୀଡା ପରିସରରେ ଭାରତୀୟ ହକି ଦଳ ତାର ଉତ୍ତମ ପ୍ରଦର୍ଶନ ଦ୍ୱାରା ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିଥିଲା । ମାତ୍ର ପ୍ରୋତ୍ସାହନର ଅଭାବ ଓ ଅନ୍ୟ ସମସ୍ୟା ହେତୁ ଅନ୍ୟ ଦେଶ ଆମ ଜାତୀୟ ଖେଳରେ ଆମକୁ ବଳି ଗଲେଣି।

ସମ୍ବନ୍ଧିତ ଖବର