ଦିଲ୍ଲୀରେ ଓଡ଼ିଶାର ସାମ୍ବାଦିକ ସମ୍ମାନିତ

ନୂଆଦିଲ୍ଲୀ : ନୂଆଦିଲ୍ଲୀ କନଷ୍ଟିଚ୍ୟୁସନ୍‌ କ୍ଲବରେ ଓଡ଼ିଶା ସାମ୍ବାଦିକତା ପୁରସ୍କାର ୨୦୧୮ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ପୌରୁଷର ସଂପାଦକ ଅସିତ ମହାନ୍ତି, ଦି ଟେଲିଗ୍ରାଫର ରେସିଡେଣ୍ଟ ଏଡିଟର୍‌ ପ୍ରକାଶ ପାତ୍ର, ପ୍ରମେୟର ସଂପାଦକ ଗୋପାଳକୃଷ୍ଣ ମହାପାତ୍ର, ଦେବେନ୍ଦ୍ର ପୃଷ୍ଟି, ନବୀନ ଦାସ, ଓଟିଭିର ସଂପାଦକ ରାଧା ମାଧବ ମିଶ୍ର ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା।

ପଲ୍ଲୀବାଣୀ ମିସନ୍‌ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଏବଂ ନୂଆଦିଲ୍ଲୀରେ କାର୍ଯ୍ୟରତ ସାମ୍ବାଦିକମାନେ ମଧ୍ୟ ଯୋଗ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରସାର ଭାରତୀ ମୁଖ୍ୟ ଶଶୀଶେଖର ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଲ୍ଲୀବାଣୀ ମିସନକୁ ପ୍ରସଂଶା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ରାମଚନ୍ଦ୍ର ନାଥ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର