ଓଡ଼ିଶାକୁ ମିଳିଲାନି ଜାତୀୟ ପର୍ଯ୍ୟଟନ ପୁରସ୍କାର

ନୂଆଦିଲ୍ଲୀ : ଆଜି ‌ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଜାତୀୟ ପର୍ଯ୍ୟଟନ ପୁରସ୍କାର ୨୦୧୭‌େର ଓଡ଼ିଶାକୁ କୌଣସି ପୁରସ୍କାର ମିଳିନାହିଁ। ପ୍ରଦାନ କରାଯାଇଥିବା ୭୭ଟି ପୁରସ୍କାରରେ ପର୍ଯ୍ୟଟନ ‌େକ୍ଷତ୍ର‌ରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଏ‌େଜନ୍ସି, ରାଜ୍ୟ ସରକାର ଓ ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଓଡ଼ିଶାକୁ କୌଣସି ଗୋଟିଏ ‌କ୍ଷେତ୍ରରେ ହେଲେ ଜାତୀୟ ପର୍ଯ୍ୟଟନ ପୁରସ୍କାର ନମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ କେଜେ ଆଲଫନ୍‌ସ ଏହି ପୁରସ୍କାର ବିତରଣ କରିଥିଲେ। ପର୍ଯ୍ୟଟନର ବିକାଶ ପାଇଁ ଆନ୍ଧ୍ରପ୍ରଦେଶକୁ ପ୍ରଥମ ଏବଂ କେରଳକୁ ଦ୍ବିତୀୟ ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର