ଓଡ଼ିଶା ପୁଲିସକୁ ଫିକି ସ୍ମାର୍ଟ ପୋଲିସିଂ ପୁରସ୍କାର

ନୂଆଦିଲ୍ଲୀ : ଓଡ଼ିଶା ପୁଲିସକୁ କମ୍ୟୁନିଟି ପୋଲିସିଂରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ନୂଆଦିଲ୍ଲୀ ସ୍ଥିତ ଫିକି ସଭାଗାରରେ ଫିକି ସ୍ମାର୍ଟ ପୋଲିସିଂ ଆଓ୍ଵାର୍ଡରେ ପୁରସ୍କୃତ କରାଯାଇଛି। ଓଡ଼ିଶା ପୁଲିସ ପକ୍ଷରୁ ଏହି ମର୍ଯ୍ୟାଦାଜନକ ସମ୍ମାନକୁ ଗ୍ରହଣ କରିଥିଲେ ଆଇପିଏସ୍‌ ଅଧିକାରୀ ସାରା ଶର୍ମା। ସ୍ୱାଭିମାନ, ଶକ୍ତି ଓ ଶିକ୍ଷା କ୍ଷେତ୍ରରେ ରାଜ୍ୟ ପୁଲିସର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶା ପୁଲିସକୁ ପୁରସ୍କାର ପାଇଁ ଚୟନ କରାଯାଇଥିଲା। ସ୍ୱାଭିମାନ କ୍ଷେତ୍ରରେ ରାଜ୍ୟ ପୁଲିସ ୫ ବର୍ଷରେ ବିଭିନ୍ନ ପୀଡ଼ିତାମାନଙ୍କୁ ତାଲିମ ଦେବା ସହ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସ୍ୱାବଲମ୍ବୀ କରାଯିବା, ଶକ୍ତି କ୍ଷେତ୍ରରେ ନକ୍ସଲ ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ୧୮ ବର୍ଷରୁ ୪୫ ବର୍ଷର ଯୁବକମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ କରାଯିବା ଭଳି କାର୍ଯ୍ୟକ୍ରମ ଓଡ଼ିଶା ପୁଲିସ ଦ୍ୱାରା ସଫଳ ରୂପାୟନ କରାଯାଇଥିଲା। ସ୍ମାର୍ଟ ପୋଲିସିଂ ପୁରସ୍କାର ୨୦୧୮ ଅନ୍ତର୍ଗତ ଦେଶର କାର୍ଯ୍ୟରତ ପୁଲିସ ବିଏସଏଫ୍‌ ତଥା ସିଆରପିଏଫର ଯବାନମାନଙ୍କୁ ବିଭିନ୍ନ ଶ୍ରେଣୀରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋଏଲ ପୁରସ୍କୃତ କରିଥିଲେ।

ସମ୍ବନ୍ଧିତ ଖବର