୨୧୦୦ ସୁଦ୍ଧା ଓଡ଼ିଶା ଦେଶର ସବୁଠୁ ଉତ୍ତପ୍ତ ରାଜ୍ୟରେ ପରିଣତ ହେବ : ଆମେରିକୀୟ ଗବେଷକ

ଭୁବନେଶ୍ୱର : ୨୦୧୧ ସୁଦ୍ଧା ଓଡ଼ିଶା ହେବ ଦେଶର ସବୁଠାରୁ ତତଲା ରାଜ୍ୟ । ଏପରି ଡରେଇବା ଭଳି ପୂର୍ବାନୁମାନ କରିଛନ୍ତି ଆମେରିକାର ସିକାଗୋ ବିଶ୍ୱବିଦ୍ୟାଳୟର କିଛି ଗବେଷକ । ଏହି ଗବେଷକ ଦଳ ସାରା ବିଶ୍ୱର ପରିବେଶ ଉପରେ ଗବେଷଣା କରି ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତର ଅନ୍ୟ ରାଜ୍ୟରେ ହାରାହାରି ତାପମାତ୍ରା ୨୪ ରୁ ୨୮ ଡିଗ୍ରୀ ସେଲସିୟସକୁ ବଢିବାକୁ ଥିବାବେଳେ ଓଡ଼ିଶାର ହାରାହାରି ତାପମାତ୍ରା ୨୮.୮୭ ରୁ ୩୨.୧୭ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇବ ।

କିଛିଦିନ ତଳେ କ୍ଲାଇମେଟ ଇମ୍ପାକ୍ଟ ଲାବ ଓ ଟାଟା ସେଣ୍ଟର ଫର ଡେଭେଲପମେଣ୍ଟ ପକ୍ଷରୁ ମଧ୍ୟ ସମାନ ଭବିଷ୍ୟବାଣୀ କରାଯାଇଥିଲା । ଏହି ରିପୋର୍ଟରେ କୁହାଯାଇଥିଲା ଯେ ଯଦି ବର୍ତ୍ତମାନ ହାରରେ ବାୟୁମଣ୍ଡଳରେ ଗ୍ରୀନହାଉସ ଗ୍ୟାସ ନିର୍ଗମନ ଜାରି ରହେ, ତେବେ ଚଳିତ ଶତାବ୍ଦୀ ଶେଷ ଅର୍ଥାତ ୨୧୦୦ ସୁଦ୍ଧା ଓଡିଶା ଏକ ତତଲା କଡେଇରେ ପରିଣତ ହେବ । ଓଡ଼ିଶାରେ ଅତ୍ୟଧିକ ଗରମ ଦିନ ସଂଖ୍ୟାରେ ୩୦ ଗୁଣା ବୃଦ୍ଧିଘଟି ଏହି ସମୟ ସୁଦ୍ଧା ୪୮.୦୫କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଏହା ଫଳରେ ବର୍ଷକୁ ପ୍ରାୟ ୪୨ ହଜାର ଲୋକ ପ୍ରାଣ ହରାଇବେ ।

ସମ୍ବନ୍ଧିତ ଖବର