ଅଧିକାରୀମାନେ ଶୁଣିବେ ସାଂସଦଙ୍କ ଅଭିଯୋଗ: ରେଳ ମନ୍ତ୍ରୀ

ନୂଆଦିଲ୍ଲୀ: ନିର୍ବାଚନ ଋତୁରେ ଭାରତୀୟ ରେଳ ସାଂସଦଙ୍କ ଉପରେ ବିଶେଷ ଭାବେ ସେମାନଙ୍କ ଅଭିଯୋଗ ସମ୍ପର୍କରେ ଧ୍ୟାନ ଦେବ ବୋଲି ଜଣାପଡ଼ିଛି। ରେଳ ବିଭାଗ ସାଂସଦମାନଙ୍କୁ ଖୋଲା ନିମନ୍ତ୍ରଣ ଦେଇ କହିଛି, ଯଦି ସେମାନଙ୍କ ନିର୍ବାଚନ ମଣ୍ଡଳୀରେ କିଛି କାର୍ଯ୍ୟ କରାଇବା ପାଇଁ ଚାହୁଛନ୍ତି ଅଥବା ସେମାନଙ୍କର କିଛି ଅଭିଯୋଗ ରହିଛି କିମ୍ବା ପରାମର୍ଶ ଦେବାକୁ ଚାହୁଛନ୍ତି, ତେବେ ସେମାନେ ନିଜର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜେନେରାଲ ମ୍ୟାନେଜରଙ୍କ ସହ ବୈଠକ କରିପାରିବେ। ଏଭଳି ଏକ ପ୍ରୟାସ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କ ଦ୍ୱାରା ଆରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଗୋଏଲ୍‌ କେବଳ ରେଳ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇନାହାନ୍ତି ବରଂ ଲୋକସଭା ଓ ରାଜ୍ୟସଭାର ସାଂସଦମାନଙ୍କୁ ମଧ୍ୟ ପତ୍ର ଲେଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର