ଆଗାମୀ ନିର୍ବାଚନ ପୂର୍ବରୁ ଦେଶରେ ପେଟ୍ରୋଲ, ଡିଜେଲ ଦରରେ ବିଶେଷ ବୃଦ୍ଧି ହେବାର ସମ୍ଭାବନା ନାହିଁ

ନୂଆଦିଲ୍ଲୀ : ବିଗତ କିଛି ସପ୍ତାହ ଧରି କ୍ରମାଗତ ହ୍ରାସ ପରେ ଆଜି ଭାରତୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ତେବେ ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦର ଆହୁରି କମିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାର କାରଣ ହେଉଛି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ଅବ୍ୟାହତ ରହିଛି ।

ଆଉ ଏକ କାରଣ ହେଉଛି ଡଲାର ତୁଳନାରେ ଟଙ୍କା ମୂଲ୍ୟ ଆଜି ବୃଦ୍ଧି ପାଇ ୭୦ ତଳକୁ ଖସିଯାଇଛି । ଏହା ଫଳରେ ସରକାରଙ୍କ ତେଲ ଆମଦାନୀ ବିଲ୍‌ ହ୍ରାସ ପାଇବ । ଗତ ସେପ୍ଟେମ୍ବର-ଅକ୍ଟୋବର ମାସରେ କ୍ରମାଗତ ତେଲଦର ବୃଦ୍ଧି ଯୋଗୁଁ କେନ୍ଦ୍ରର ବିଜେପି ସରକାରଙ୍କ ଚିନ୍ତା ବଢିଯାଇଥିଲା । ଏବେ ଦର କମୁଥିବାରୁ ସରକାରଙ୍କ ମୁଣ୍ଡବ୍ୟଥା ଦୂର ହୋଇଛି । ସରକାରଙ୍କ ପାଇଁ ଆହୁରି ଆଶ୍ୱସ୍ତିର ବିଷୟ ହେଉଛି ଯେ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଅନ୍ତର୍ଜାତୀୟ ବଜାରରେ ତେଲ ଦରରେ ସେଭଳି କୌଣସି ବିଶେଷ ବୃଦ୍ଧି ହେବାର ସମ୍ଭାବନା ନାହିଁ । ଏହା ବିଜେପି ପାଇଁ ଏକ ଶୁଭ ସୂଚନା ନେଇ ଆସିଛି ।

ଏବେ ନୂଆଦିଲ୍ଲୀରେ ପେଟ୍ରୋଲ ଦର ଟ.୭୦.୬୩ ଓ ଡିଜେଲ ଟ.୬୪.୫୪ ରେ ବିକ୍ରି ହେଉଛି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଟ.୬୯.୬୧ ଓ ଡିଜେଲ ଟ.୬୯.୧୭ ରେ ବିକ୍ରି ହେଉଛି ।

ସମ୍ବନ୍ଧିତ ଖବର