୬ ମାସ ହେଲା ଗୃହବନ୍ଦୀ ଥିବା ଓମର ଅବଦୁଲ୍ଲାଙ୍କୁ ଚିହ୍ନି ହେଉନାହିଁ, ସୋସିଆଲ ମିଡିଆରେ ଭାଇରାଲ ହେଲା ତାଙ୍କର ଏହି ଫଟୋ

ନୂଆଦିଲ୍ଲୀ : ଗତ ୬ ମାସ ହେଲା ଗୃହବନ୍ଦୀଥିବା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଏକ ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତାଙ୍କ ମୁହଁରେ ଦାଢି ବଢିଯିବା ସହ ସେ ଅତ୍ୟନ୍ତ ଦୁର୍ବଳ ଦେଖାଯାଉଛନ୍ତି । କିନ୍ତୁ ଏହା ସତ୍ତ୍ୱେ ସେ ହସୁଥିବା ଦେଖାଯାଇଛି ।
ତାଙ୍କର ଏହି ଫଟୋ ଗଣମାଧ୍ୟମକୁ ଆସିବା ପରେ ଚର୍ଚ୍ଚାର କାରଣ ହୋଇଛି । ଏ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି କହିଛନ୍ତି ଯେ ଓମରଙ୍କୁ ସେ ପ୍ରଥମେ ଚିହ୍ନି ପାରିଲେ ନାହିଁ । ତାଙ୍କ ଓମରଙ୍କ ଅବସ୍ଥା ଦେଖି ତାଙ୍କୁ ଦୁଃଖ ଲାଗୁଛି । ଭାରତପରି ଏକ ଗଣତାନ୍ତ୍ରିକ ଦେଶରେ ଏପରି ହେଉଥିବା ବେଶ ଦୁର୍ଭାଗ୍ୟଜନକ ବୋଲି ମମତା କହିଛନ୍ତି ।
ସୋସିଆଲ ମିଡିଆରେ କିଛି ଲୋକ ତାଙ୍କ ଅବସ୍ଥାକୁ ନେଇ ଦୁଃଖପ୍ରକାଶ କରିଥିବାବେଳେ ଆଉ କେତେକ କହିଛନ୍ତି ଯେ ସେ ହସୁଥିବାରୁ ଖୁସିରେ ଥିବା ପରି ଲାଗୁଛନ୍ତି ।
କେନ୍ଦ୍ର ସରକାର ଗତବର୍ଷ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଠାଇଦେବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ଲାଗି ସରକାର ଜାମ୍ମୁ ଓ କଶ୍ମୀର ପ୍ରମୁଖ ନେତାମାନଙ୍କୁ ଗୃହବନ୍ଦୀ କରିଦେଇଥିଲେ । ସେମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଓବଦୁଲ୍ଲା, ଓମର ଅବଦୁଲ୍ଲା ଓ ମେହେବୁବା ମୁଫତି ।

ସମ୍ବନ୍ଧିତ ଖବର