ବିଧାନସଭା ଭାଙ୍ଗିବାକୁ ଦାବି କଲେ ଓମାର୍‌

ଶ୍ରୀନଗର: ଜମ୍ମୁ କଶ୍ମୀରରେ ବିଜେପି-ପିଡିପି ସରକାରର ପତନ ଘଟିଥିବାରୁ ବିଧାନସଭାକୁ ତୁରନ୍ତ ଭାଙ୍ଗି ଦେଇ ପୁନଃ ନିର୍ବାଚନ କରାଇବାକୁ ନ୍ୟାସ୍‌୍‌ନାଲ କନ୍‌ଫରେନ୍‌ସ ନେତା ଓମାର ଅବଦୁଲ୍ଲା ଦାବି କରିଛନ୍ତି। ରାଜ୍ୟରେ ଅଧିକ ଦିନ ରାଜ୍ୟପାଳ ଶାସନ ଲାଗୁ ଅପେକ୍ଷା ବିଧାନସଭାକୁ ଭାଙ୍ଗି ପୁଣି ଥରେ ନିର୍ବାଚନ କରାଇବା ଉଚିତ ପଦକ୍ଷେପ ହେବ ବୋଲି ଓମାର୍‌ କହିଛନ୍ତି। ଏ ଦିଗରେ ତତ୍କାଳ ପଦକ୍ଷେପ ଗ୍ରହଣ କଲେ ହିଁ ଜମ୍ମୁ କଶ୍ମୀରବାସୀଙ୍କୁ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି। ପୂର୍ବ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା କବିନ୍ଦ୍ର ଗୁପ୍ତା ଅନ୍ୟ ବିକଳ୍ପ ସଂପର୍କରେ ମଧ୍ୟ ଦଳ ଚିନ୍ତା କରୁଛି ବୋଲି ବୟାନ ଦେବାପରେ ଓମାର କହିଛନ୍ତି ଯେ ବିଜେପି ଅନ୍ୟ ଦଳଙ୍କୁ ଭାଙ୍ଗିବାରେ ପାରଙ୍ଗମ ଥିବାରୁ ରାଜ୍ୟ ବିଧାନସଭାକୁ ଭାଙ୍ଗି ଦିଆଯିବା ଉଚିତ। କଶ୍ମୀରରେ ବିଜେପି-ପିଡିପି ସରକାରରୁ ବିଜେପି ଓହରି ଆସିବା ନେଇ ଗୃହମନ୍ତ୍ରୀ ରାଜନାଥ ସିଂହ ଜାଣିନଥିଲେ ବୋଲି ପ୍ରକାଶ ପାଇଥିବା ଏକ ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଓମାର କହିଛନ୍ତି ଯେ ଏହା ଯଦି ସତ୍ୟ ହୋଇଥାଏ ତା’ହେଲେ ସଂପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ।

ସମ୍ବନ୍ଧିତ ଖବର