ଓଡ଼ିଶାର ଓମ୍‌ ପ୍ରକାଶ ମିଶ୍ରଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର

ନୂଆଦିଲ୍ଲୀ: ଗୁରୁ ଦିବସ ଅବସରରେ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓମ୍‌ ପ୍ରକାଶ ମିଶ୍ର ଜାତୀୟ ପୁରସ୍କାର ୨୦୧୭ରେ ପୁରସ୍କୃତ ହୋଇଛନ୍ତି। ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡୁ ଓମ୍‌ ପ୍ରକାଶ ମିଶ୍ରଙ୍କୁ ପୁରସ୍କୃତ କରିଛନ୍ତି। ପୁରସ୍କାର ବାବଦରେ ତାଙ୍କୁ ନଗଦ ୫୦ ହଜାର ଟଙ୍କା, ମାନପତ୍ର ଓ ରୌପ୍ୟ ପଦକ ପ୍ରଦାନ କରାଯାଇଛି। ଏହି ଅବସରରେ ଦେଶର ସମୁଦାୟ ୪୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଶିକ୍ଷାର ପ୍ରଚାର ଓ ପ୍ରସାର ଏବଂ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉପରାଷ୍ଟପ୍ରତି ଜାତୀୟ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପୁରସ୍କାର ବିତରଣ ସମାରୋହରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଓମ୍‌ ପ୍ରକାଶ ମିଶ୍ରଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂୟସୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର