ଆମେ ବିକ୍ରି କରୁଥିବା ମୋବାଇଲ ଓ୍ଵାଟରପ୍ରୁଫ୍‌ ବୋଲି କହିଲା କମ୍ପାନୀ, ପ୍ରମାଣ କରିବା ପାଇଁ ପାଣିରେ ୫୬ହଜାର୯୦୦ଟଙ୍କାର ମୋବାଇଲ ପକାଇଦେଲେ ଗ୍ରାହକ,ତା’ ପରେ……..

ଝଜର(ହରିୟାଣା) : ହରିୟାଣାର ଝଜରରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ଜଣେ ଯୁବକ ଏକ ମୋବାଇଲ କମ୍ପାନୀକୁ ଭୁଲ ପ୍ରମାଣିତ କରିବା ପାଇଁ ଅଦାଲତରେ ପହଞ୍ଚିବା କଥାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ।

ସୂଚନା ମୁତାବକ, ଏକ କମ୍ପାନୀ ବିକ୍ରି କରୁଥିବା ସମସ୍ତ ମୋବାଇଲ ଓ୍ଵାଟରପ୍ରୁଫ୍‌ ବୋଲି କହି ଲୋକମାନଙ୍କୁ ବିକ୍ରି କରୁଥିଲା । କିନ୍ତୁ ତାଙ୍କୁ ଜଣା ନଥିଲା,ତାଙ୍କର ଜଣେ ଗ୍ରାହକ ତାଙ୍କ ସହ ଏପରି କରିବ । ଜଣେ ଯୁବକ ସେହି କମ୍ପାନୀରୁ ଫୋନ କିଣିବା ପରେ ତାହା ଓ୍ଵାଟରପ୍ରୁଫ୍‌ ନୁହଁ ବୋଲିୁ ଜାଣି କମ୍ପାନୀ ନାମରେ ଅଭିଯୋଗ ଆଣିଥିଲେ । ଯାହା ପରେ ମାମଲାଟି ଅଦଲତରେ ପହଞ୍ଚିଥିଲେ । ଦୁଇ ପକ୍ଷ ପରସ୍ପରର କଥାରେ ଅଡ଼ି ବସିଥିଲେ । କମ୍ପାନୀ ନିଜର ସବୁ ଫୋନ ଓ୍ଵାଟରପ୍ରୁଫ୍‌ ବୋଲି କହୁଥିବା ବେଳେ କିଣିଥିବା ଯୁବକ ଏହା ଓ୍ଵାଟରପ୍ରୁଫ୍‌ ନୁହଁ ବୋଲି କହିବାକୁ ଲାଗିଥିଲେ ।

Zee News – India.com

ଦୁଇ ପକ୍ଷରେ ମଧ୍ୟରେ ହେଉଥିବା ଝଗଡ଼ାର ସମାଧାନ ପାଇଁ ଅଦାଲତର ବିଚାରପତି ଏହାକୁ ପାଣିରେ ବୁଡ଼ାଇବା ପାଇଁ କହିଥିଲେ । ଯାହା ପରେ ଏକ ପାଣିରେ ଭର୍ତ୍ତି ଥିବା ଟବ୍‌ ଅଣାଯାଇ ସେଥିରେ ଫୋନକୁ ପକାଇ ଦିଆଯାଇଥିଲା । କିଛି ସମୟ ପରେ ଫୋନକୁ ପାଣି ଭିତରୁ ବାହାର କରିବା ପରେ ଫୋନଟି ଆଉ କାମ କରି ନଥିଲା । ଗ୍ରାହକଙ୍କ କଥା ସତ ହେବା ପରେ ଅଦାଲତ କମ୍ପାନୀକୁ ନୂଆ ଫୋନ ବା ଫୋନର ଦାମ ୫୬ହଜାର ୯୦୦ଟଙ୍କା ଦେବା ପାଇଁ ଆଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର