ଭାଇରାଲ୍ ଭିଡିଓ: ପାର୍ଟି ଅଫିସ୍ରେ ପତ୍ନୀଙ୍କୁ ଚଟକଣା ମାରି ଦିଲ୍ଲୀ ବିଜେପି ନେତା ନିଲମ୍ବିତ
ନୂଆଦିଲ୍ଲୀ: ପତ୍ନୀଙ୍କୁ ଚଟକଣା ମାରୁଥିବା ଦୃଶ୍ୟର ଭିଡିଓ ଭାଇରାଲ୍ ହେବା ପରେ ଭାରତୀୟ ଜନତା ପାର୍ଟିର ମେହରାଉଲି ଜିଲ୍ଲା ସଭାପତି ଆଜାଦ ସିଂହଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଛି। ଦଳର ଦିଲ୍ଲୀ କାର୍ଯ୍ୟାଳୟରେ ବରିଷ୍ଠ ନେତା ପ୍ରକାଶ ଜାଭଡେକର୍ଙ୍କ ସହ ନିର୍ବାଚନ ପ୍ରସ୍ତୁତି ବୈଠକ ପରେ ସେ ତାଙ୍କର ପତ୍ନୀ ଦକ୍ଷିଣ ଦିଲ୍ଲୀର ପୂର୍ବତନ ମେୟର୍ଙ୍କୁ ଚଟକଣା ମାରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ଵାରି କହିଛନ୍ତି: ଜଣେ ମହିଳାଙ୍କ ସମ୍ମାନ ପ୍ରସଙ୍ଗରେ ସାଲିସ କରାଯିବ ନାହିଁ। ଆମେ ତଦନ୍ତ କମିଟି ଗଠନ କରିଛୁ ଏବଂ ତାଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଇ ଦେଇଛୁ।
.@BJP4Delhi leader Azad singh slaps his wife inside Delhi BJP HQ, complaint registered. @ManojTiwariMP @RSSorg @geetv79 @priyankagandhi pic.twitter.com/wM3mou3PmC
— Simran Kaur (@simran100kaur1) September 19, 2019
ଦଳର ନେତାମାନେ କହିଛନ୍ତି ଉଭୟ ଦାମ୍ପତ୍ୟ କଳହରେ ଲିପ୍ତ ଅଛନ୍ତି ଏବଂ ସିଂହ ପତ୍ନୀ ସରିତା ଚୌଧୁରୀଙ୍କୁ ଛାଡ଼ପତ୍ର ଦେବା ପାଇଁ ଆବେଦନ କରିଛନ୍ତି। ବିଧାନସଭା ନିର୍ବାଚନ ପାଇଁ ଦାୟିତ୍ୱରେ ଥିବା ଜାଭଡ଼େକର ଦଳର ପନ୍ତ ମାର୍ଗସ୍ଥିତ କାର୍ଯ୍ୟାଳୟରେ ଡାକିଥିବା ବୈଠକରୁ ବାହାରିବା ପରେ ଦୁହେଁ ମାଡ଼ଗୋଳ ଲାଗିଥିଲେ।