ମଦ ପିିଇ ଗାଡ଼ି ଚଲାଉଥିବା ପ୍ରେମିକ ପାଇଁ ରାସ୍ତାରେ ହଙ୍ଗମା କଲେ ପ୍ରେମିକା: ଭିଡ଼ିଓ ହେଲା ଭାଇରାଲ

ହାଇଦରାବାଦ : ଶନିବାର ଦିନ ହାଇଦରାବାଦର ପୋର୍ସ ଜୁବଲି ହିଲ୍ସ୍‌ ଠାରେ ଜଣେ ମହିଳା ପୋଲିସ ଏବଂ ମିଡ଼ିଆ କର୍ମଚାରୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲିଟିଥିଲେ । ଏପରିକି ପୋଲିସ୍‌କୁ ଅପଶବ୍ଦରେ ଗାଳି ଦେବା ସହ ମିଡ଼ିଆ ଉପରେ ପଥର ମାଡ଼ କରିଥିଲେ ସଂପୃକ୍ତ ମହିଳା । ତାଙ୍କୁ ଶାନ୍ତ କରିବା ପାଇଁ ଯାଇ ହାର ମାନିଥିଲେ ସେଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତି । ତେବେ ଆପଣ ଭାବୁଥିବେ ମହିଳାଙ୍କ ଜଣଙ୍କ ମନ୍ଦବୁଦ୍ଧି ସଂପନ୍ନ କିମ୍ବା ପାଗଳ ହୋଇଥିବେ; ହେଲେ ତାହା ବିଲକୁଲ ନୁହଁ ବରଂ ମହିଳା ଜଣଙ୍କ ତାଙ୍କ ପ୍ରେମିକ ମଦ୍ୟପାନ କରି ଗାଡ଼ି ଚଳାଉଥିଲେ, ଏଥିପାଇଁ ତାଙ୍କୁ ପୋଲିସ ଅଟକାଇବାରୁ ମହିଳା ଜଣଙ୍କ ଏହିଭଳି ବ୍ୟବହାର କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ , ମହିଳା ଏବଂ ତାଙ୍କ ପ୍ରେମିକ ଶନିବାର ବିଳମ୍ବିତ ରାତିରେ ମଦ୍ୟପାନ କରି ଗାଡ଼ିରେ ଭ୍ରମଣ କରୁଥିଲେ । ଏହି ସମୟରେ ସ୍ଥାନୀୟ ପୋଲିସ ତାଙ୍କୁ ଅଟକାଇଥିବା ବେଳେ ମଦ୍ୟପାନ କରି ଗାଡ଼ି ଚାଳାଉ ଥିବା ଅଭିଯୋଗରେ, ତାଙ୍କ ପ୍ରେମିକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା। ଏହି କଥାରେ ମହିଳା ଜଣଙ୍କ କ୍ରୋଧିତ ହୋଇ ପୋଲିସକୁ ଅପଶବ୍ଦ ବ୍ୟବହାର କରି ଗାଳି କରିବା ସହ ସେଠାରେ ଉପସ୍ଥିତ ଥିବା ମିଡ଼ିଆ କର୍ମୀଙ୍କ ଉପରେ ପଥର ମାଡ଼ କରିଥିଲେ । ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ଘଟଣାଟିର ଭିଡ଼ିଓ ପ୍ରସ୍ତୁତ କରିଥିବା ବେଳେ ତାହା ଭାଇରାଲ ହୋଇଥିଲା । ତେବେ ଭିଡ଼ିଓରେ ସେଠାରେ ଉପସ୍ଥିତ ଥିବା ପୋଲିସ ଏବଂ ମିଡ଼ିଆ କର୍ମୀ ସଂପୃକ୍ତ ମହିଳା ଜଣଙ୍କୁ ବୁଝାଉଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର