ହସ୍ପିଟାଲ୍‌ରେ ଜୟଲଳିତାଙ୍କ ଖାଇବା ଖର୍ଚ୍ଚ କୋଟିଏ!

ଚେନ୍ନାଇ : ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲ୍‌ରେ ୭୫ ଦିନ ଚିକିତ୍ସାଧୀନ ରହିବା ମଧ୍ୟରେ ତାଙ୍କ ଖାଦ୍ୟପେୟ ପାଇଁ କେବଳ ୧ କୋଟି ୧୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି। ଜୟଲଳିତାଙ୍କ ପାଇଁ ହସ୍ପିଟାଲ୍‌ ରୁମ୍‌ ଦେୟ ବାବଦରେ ୨୪.୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଖାଦ୍ୟପେୟ ବାବଦରେ ୧ କୋଟି ୧୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ଦର୍ଶାଯିବା ବିସ୍ମୟ ସୃଷ୍ଟି କରିଛି। ଆପୋଲୋର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି ଜୟାଙ୍କ ଏହି ଖାଦ୍ୟ ବିଲ୍‌ରେ ତାଙ୍କୁ ଦେଖିବାକୁ ଆସୁଥିବା‌ ନେତା, ମନ୍ତ୍ରୀ ଓ ଅଫିସରଙ୍କ ଖାଦ୍ୟପେୟ ଖର୍ଚ୍ଚ ମଧ୍ୟ ସାମିଲ ରହିଛି। ଜୟାଙ୍କ ବାନ୍ଧବୀ ଭିକେ ଶଶିକଳା ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ଓ ଅନ୍ୟ ଅଧିକାରୀମାନଙ୍କ ପାଇଁ ରହଣି ବାବଦରେ ୧.୨୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି। ଜୟଲଳିତାଙ୍କୁ ଫିଜିଓ ଥେରାପି ପାଇଁ ସିଙ୍ଗାପୁର୍‌ର ମାଉଣ୍ଟ୍‌ ଏଲିଜାବେଥ୍‌ ହସ୍ପିଟାଲ୍‌କୁ ୧.୨୯ କୋଟି ଟଙ୍କା ଦିଆଯାଇଛି। ଜୟଲଳିତା ଆପୋଲୋ ହସ୍ପିଟାଲ୍‌ରେ ରହିବା ମଧ୍ୟରେ ସମୁଦାୟ ୬ କୋଟି ୮୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏଆଇଏଡିଏମ୍‌କେ ଦଳ ଦ୍ବାରା ହସ୍ପିଟାଲ୍‌କୁ ଜୁନ୍‌ ୧୫, ୨୦୧୭ ସୁଦ୍ଧା ୬ କୋଟି ଟଙ୍କା ଦିଆଯାଇଛି। ହସ୍ପିଟାଲ୍‌ରେ ଏଯାବତ ୪୪.୫୬ ଲକ୍ଷ ଟଙ୍କା ବାକି ରହିଛି।

ସମ୍ବନ୍ଧିତ ଖବର