ନିର୍ମାଣାଧୀନ କୋଠା ଭୁଶୁଡ଼ିବାଫଳରେ ଜଣଙ୍କର ମୃତ୍ୟୁ ,୩ ଆହତ

ମୁମ୍ବାଇ: ମୁମ୍ବାଇର ଧାରଭି ଅଚଂଳରେ ଗତକାଲି ରାତିରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଏଠାରେ ନିର୍ମାଣାଧୀନ ଏକ କୋଠାର କିଛି ଅଂଶ ଭୁଶୁଡ଼ିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଧାରଭି ପିଏମଜିପି କଲୋନୀରେ ଏକ କୋଠା ନିର୍ମାଣ ଚାଲିଥିଲା । କୋଠାର ନିର୍ମାଣକାରୀ ସଂସ୍ଥାର ଠିକାଦାରଙ୍କ ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ।

ଗଣମାଧ୍ୟମକୁ ପିଏମଜିପି କଲୋନୀର ଜଣେ ବ୍ୟକ୍ତି କହିଛନ୍ତି, ନିର୍ମାଣାଧୀନ କୋଠାରୁ ଏକ ପାଇପ ଖସି ପଡ଼ିଥିଲା । ଏହି ଦୁର୍ଟଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ଜଣେ ଡ୍ରାଇଭର ବୋଲି ଜଣାଯାଇଛି। ଏହି ଘଟଣା ରବିବାର ରାତି ପ୍ରାୟ ୧୦ଟା ୩୦ରେ ଘଟିଛି । ଘଟଣା ସଂପର୍କରେ ସୂଚନା ପାଇବାମାତ୍ରେ ପୋଲିସ ଏବଂ ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳକୁ ପହଂଚି ଆହତମାନଙ୍କୁ ଚିକିତ୍ସାଲାଗି ଡାକ୍ତରଖାନାକୁ ନେଇଥିଲେ।। ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର