ଟିକଟକ୍ ଭିଡିଓ କରୁକରୁ ପାଣିରେ ବୁଡ଼ିଗଲେ ଯୁବକ, ଲୋକ ଭାବିଲେ କରୁଛନ୍ତି ଅଭିନୟ

ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରେ ଜଣେ ଯୁବକ ଟିକଟକ୍ ଭିଡିଓ କରୁକରୁ ପାଣିରେ ବୁଡ଼ିଯାଇଛନ୍ତି | ତେବେ ସେ ବୁଡ଼ିଯାଉଥିବା ବେଳେ ପ୍ରତ୍ୟକ୍ଷଦର୍ଶୀ ଏହାକୁ ନାଟକ ବୋଲି ଭାବିବା ଭଳି ଘଟଣା ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ସାଙ୍ଗରେଡି ଅଞ୍ଚଳର ନରସିଂହ ନାମକ ଯୁବକ ତାଙ୍କର ଅନ୍ୟ ଦୁଇ ସାଥୀଙ୍କ ସହ ସ୍ଥାନୀୟ ଏକ ଝରଣାକୁ ଗାଧୋଇବାକୁ ଯାଇଥିଲେ |

Naked Security – Sophos

ସେଠାରେ ନରସିଂହ ଗାଧୋଉଥିବା ବେଳେ ସେଲ୍ଫି ନେବା ସହ ନିଜର ଏକ ଟିକଟକ ଭିଡିଓ ପ୍ରସ୍ତୁତ କରିଥିଲେ | ତେବେ ନରସିଂହ ଟିକଟକ୍ ଭିଡିଓ ପ୍ରସ୍ତୁତ କରୁଥିବାବେଳେ ତାଙ୍କର ଦୁଇ ସାଥି କୂଳରେ ବସିଥିଲେ | ଗାଧୋଉଥିବାବେଳେ ନରସିଂହ ହଠାତ ଗଭୀର ପାଣିର ସ୍ରୋତରେ ଆସିଯାଇଥିଲେ | ସେ ଯେତେବେଳେ ଉଦ୍ଧାର କରିବାକୁ ହାତ ଉଠାଇଥିଲେ ସେତେବେଳେ ତାଙ୍କ ସାଙ୍ଗ ଭାବିଥିଲେ ଯେ ସେ ଅଭିନୟ କରୁଛନ୍ତି |

latestly

ଏହାପରେ ପୂରା ବୁଡିଯିବା ପରେ ସାଙ୍ଗମାନେ ଜାଣିଥିଲେ ଯେ ଏହା ସତ ଥିଲା | ପରେ ସାଙ୍ଗମାନେ ଝରଣାରେ ତାଙ୍କୁ ଖୋଜାଖୋଜି କରିଥିଲେ ବି ପାଇ ନଥିଲେ | ଏହାପରେ ପୁଲିସ ଓ ଦମକଳ ବାହିନୀକୁ ଖବର ଦିଆଯିବାପରେ ସେମାନେ ଆସି ମୃତଦେହକୁ ଉଦ୍ଧାର କରିଥିଲେ | ପୁଲିସ ଏବେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି |

ସମ୍ବନ୍ଧିତ ଖବର