ସିଗାରେଟ ଟାଣୁ ଟାଣୁ ମୁହଁରେ ହେଲା ବ୍ଲାଷ୍ଟ, ଏବେ ଜୀବିତ ନା ନାହିଁ ଜାଣନ୍ତୁ

ନ୍ୟୁୟର୍କ: ଆଜିକାଲି ଅଧିକାଂଶ ଯୁବକ ଇ-ସିଗାରେଟ ଟାଣୁଛନ୍ତି | ଧୁମ୍ରପାନ ସବୁବେଳେ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ | ଏବେ ଇ ସିଗାରେଟ ବ୍ୟବହାରକୁ ନେଇ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଆମେରିକାର ୧୭ ବର୍ଷର ଜଣେ ଯୁବକ ଇ ସିଗାରେଟ ଟାଣୁଥିଲେ ଏହି ସମୟରେ ମୁହଁରେ ସିଗାରେଟଟି ବ୍ଲାଷ୍ଟ ହୋଇଯାଇଥିଲା |

ଯାହାଫଳରେ ମୁହଁରେ ମାଢି ଫାଟିଯାଇଥିଲା ଓ ସବୁ ଦାନ୍ତ ଭାଙ୍ଗିଯାଇଛି | ଏହା ପରେ ଯୁବକଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଡାକ୍ତରଙ୍କର କହିବା ମୁତାବକ ଏଭଳି ଦ୍ରବ୍ୟ କିଣିବା ପୂର୍ବରୁ ସମ୍ପୂର୍ଣ୍ଣ ତଥ୍ୟ ନେବା ଆବଶ୍ୟକ | ବର୍ତ୍ତମାନ ଡାକ୍ତର ପିଲାଟିର ଅପରେସନ କରିଛନ୍ତି | ଆଶା କରାଯାଉଛି ପିଲାଟି ସୁସ୍ଥ ହୋଇଯିବ | ପୂର୍ବରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା |

ଟେକ୍ସସରେ ଜଣେ ବ୍ୟକ୍ତି ଇ ସିଗାରେଟ ଟାଣୁଥିବାବେଳେ ଏହା ଫାଟିବା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଯାଇଥିଲା |  ଇ ସିଗାରେଟକୁ ନେଇ ଅନେକ ଜନସଚେତନତା କାର୍ଯ୍ୟକ୍ରମ ସ୍ବେଛାସେବୀ ସଂଗଠନମାନେ ଆପଣେଉଥିବାବେଳେ ଯୁବପିଢ଼ି କିନ୍ତୁ ଏହାର ସେବନ କମାଇବାକୁ ଦୃଷ୍ଟି ଦେଉନାହାଁନ୍ତି |

ସମ୍ବନ୍ଧିତ ଖବର