ଏଲ୍‌ଓସିରେ ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନ; ୧ ସାଧାରଣ ନାଗରିକ ମୃତ, ୪ ଆହତ

ପୁଞ୍ଚ୍‌: ଜମ୍ମୁ- କଶ୍ମୀରର ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ଆଜି (ଶୁକ୍ରକାର) ଅପରାହ୍ଣରେ ପାକ୍‌ ସେନା ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ପୁଞ୍ଚ୍‌ ଜିଲ୍ଲାର ଶାହାପୁର ଓ କେରନି ଅଞ୍ଚଳରେ ଥିବା ଭାରତୀୟ ସେନା ପୋଷ୍ଟ ସମେତ ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ଉପରେ ପ୍ରବଳ ଗୁଳିଗୋଳା ବର୍ଷା କରିବା ସହ ୧୨୦ ଏମ୍‌ଏମ୍‌ର ମୋର୍ଟାର ମାଡ଼ କରିଥିଲା।

News Nation

ପାକ୍‌ ସେନା ପକ୍ଷରୁ କରା ଯାଇଥିବା ଏହି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣାରେ ଏଲଓସି ନିକଟବର୍ତ୍ତୀ ଗ୍ରାମର ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ସାଧାରଣ ନାଗରିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଭାବେ ଆହତ ୪ ଜଣ ସାଧାରଣ ନାଗରିକଙ୍କୁ ସଙ୍ଗେସଙ୍ଗେ ନିକଟବର୍ତ୍ତୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପାକ୍‌ ସେନା ପକ୍ଷରୁ କରାଯାଇଥିବା ଏହି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା ପରେ ପୁଣିଥରେ ଏଲଓସିରେ ଉତ୍ତେଜନା ପ୍ରକାଣ ପାଇଥିବା ବେଳେ ଭାରତୀୟ ସେନା ପକ୍ଷରୁ ପାଲଟା ଜବାବ ଦିଆଯାଇଛି।

ସମ୍ବନ୍ଧିତ ଖବର