ବଜେଟ ୨୦୧୯ରେ ଡିଜିଟାଲ୍ ଇଣ୍ଡିଆର ଚିତ୍ର : ୫ ବର୍ଷରେ ୧ ଲକ୍ଷ ଗାଁ ହେବ ଡିଜିଟାଲ

ନୂଆଦିଲ୍ଲୀ:  ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ବଜେଟ ଉପସ୍ଥାପନ କରି ଡିଜିଟାଲ ଭିଲେଜ୍ ନିର୍ମାଣ ନେଇ ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ଘୋଷଣା କରିଛନ୍ତି । ଆଗାମୀ ୫ ବର୍ଷ ମଧ୍ୟରେ ୧ ଲକ୍ଷ ଡିଜିଟାଲ ଭିଲେଜ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି। ପାଖାପାଖି ୫ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ ଇଣ୍ଡିଆର ଶୁଭାରମ୍ଭ କରିଥିଲେ । ଲଗାତର ଭାବରେ ଏହା ଅନୁସାରେ ଅନେକ ନୂଆ ଯୋଜନା ସୁରୁ କରାଯାଇଛି । ଗ୍ରାମାଂଚଳରେ  ଫାଇବର କେବୁଲ୍  ବିଛା ଯାଇଛି । ଗାଁଗୁଡିକରେ ୱାଇଫାଇ ସଂଯୋଗ  ପାଇଁ କାମ କରାଯାଉଛି । ୯୦ ପ୍ରତିଶତରୁ ଅଧିକ ଭାରତୀୟ ନାଗରିକଙ୍କର ଆଧାର କାର୍ଡ ପ୍ରସ୍ତୁତ କରାଯାଇଛି । ସେହିପରି ସରକାରଙ୍କ ତରଫରୁ ଗ୍ରାମୀଣ ଅଂଚଳମାନଙ୍କରେ  ବିଭିନ୍ନ ସେଣ୍ଟର ମଧ୍ୟ ନିର୍ମାଣ କରାଯାଇଛି । ଏଥିପାଇଁ ୪୦ ହଜାର ଗ୍ରାମ ପଂଚାୟତରେ ୱାଇଫାଇ ହଟସ୍ପର୍ଟ ଲଗାଯାଇଛି ବୋଲି ପୀୟୁଷ ଗୋଏଲ ଦାବି ବଜେଟ୍ ଉପସ୍ଥାପନ ବେଳେ ସୂଚନା ଦେଇଛନ୍ତି।

ବଜେଟ୍ ୨୦୧୯ରେ ଡିଜିଟାଲ ଇଣ୍ଡିଆକୁ ନେଇ ଏହି ସବୁ ତଥ୍ୟ ରଖାଯାଇଛି…

• ମୋବାଇଲ ଡାଟା ବ୍ୟବହାର କରିବାରେ ଭାରତ ୧ ନମ୍ବର ଦେଶ

• ମାସିକ ଡାଟା ବ୍ୟବହାର ୫୦ ଗୁଣା ବୃଦ୍ଧି ପାଇଛି

• ବିଶ୍ୱରେ ସବୁଠାରୁ ଶସ୍ତା ଡାଟା ଏବଂ କଲିଂ ଭାରତରେ ଉପଲବ୍ଧ

• ମୋବାଇଲ କଂପାନୀଗୁଡିକ ଭାରତରେ ନିଯୁକ୍ତି ଦେଉଛନ୍ତି

• କମନ ସର୍ଭିସ ସେଂଟର ଗ୍ରାମୀଣ ଅଂଚଳମାନଙ୍କରେ ବୃଦ୍ଧି ପାଉଛି ଏବଂ ଡିଜିଟାଲ ଭିଲେଜ ପ୍ରସ୍ତୁତ ହେଉଛି ।

• ଆଗାମୀ ୫ ବର୍ଷ ମଧ୍ୟରେ ୧ ଲକ୍ଷ ଡିଜିଟାଲ ଭିଲେଜ ପ୍ରସ୍ତୁତ କରାଯିବ ।

ସମ୍ବନ୍ଧିତ ଖବର