ଜମ୍ମୁ ଓ କଶ୍ମୀର: ନିରାପତ୍ତା ବଳଙ୍କ ସହ ଗୁଳିବିନିମୟ ବେଳେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଗୁରୁବାର ଦିନ ବନ୍ଦିପୋରା ଜିଲ୍ଲାରେ ନିରାପତ୍ତା ବଳ ସହ ଗୁଳି ବିନିମୟ ସମୟରେ ଜଣେ ଆତଙ୍କବାଦୀ ନିହତ। ଏବେ ମଧ୍ୟ ସେଠାରେ ଗୁଳି ବିନିମୟ ଚାଲିଛି।

ପୁଲିସ କହିବାନୁସାରେ, ଗୁରୁବାର ସକାଳେ ହାଜିନ୍‌ର ପାରାୟ ମହଲାରେ ଭାରତୀୟ ସେନା ଓ ରାଜ୍ୟ ପୁଲିସର ଏକ ପାଟ୍ରୋଲିଙ୍ଗ୍‌ ଦଳ ଉପରକୁ ଗୁଳି ଚଳାଯାଇଥିଲା। ପାଲଟା ଜବାବ ଦେବାକୁ ନିରାପତ୍ତା ବଳ ଗୁଳି ଚାଳାଇବାରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

ଜଣେ ପୁଲିସ ଅଧିକାରୀ କହିଛନ୍ତି: ଅଭିଯାନ ଆଗେଇ ଚାଲିଛି। ଆତଙ୍କବାଦୀମାନଙ୍କ ଚର୍ତୁପାର୍ଶ୍ୱରେ କର୍ଡନ୍‌ ଟାଣ କରିବାକୁ ଅଧିକ ସନ୍ୟବଳ ପଠାଯାଇଛି।

ସମ୍ବନ୍ଧିତ ଖବର