ସାମ୍ପ୍ରଦାୟିକ ସଦ୍‌ଭାବର ପ୍ରମାଣ ଦେଲେ ହିନ୍ଦୁବହୁଳ ଗ୍ରାମବାସୀ

ଏକମାତ୍ର ମୁସଲିମ୍‌ ପରିବାରର ମୁଖିଆଙ୍କୁ କଲେ ସରପଞ୍ଚ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଏବେ ୯ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଚାଲିଛି। ତେବେ ଜମ୍ମୁ କଶ୍ମୀରର ଏକ ହିନ୍ଦୁବହୁଳ ଗ୍ରାମର ଗ୍ରାମବାସୀ ଜଣେ ମୁସଲିମ୍‌ଙ୍କୁ ସରପଞ୍ଚ କରି ସାମ୍ପ୍ରଦାୟିକ ସଦ୍‌ଭାବନାର ଉଦାହରଣ ଦେଇଛନ୍ତି। ୪୫୦ ହିନ୍ଦୁ ବାସିନ୍ଦା ବିଶିଷ୍ଟ ଏକ କ୍ଷୁଦ୍ର ଗ୍ରାମ ଭେଲାନ୍‌ ଖାରୋତିରେ ଜଣେ ମାତ୍ର ମୁସଲିମ୍‌ ପରିବାର ରହୁଛନ୍ତି। ତେ‌ବେ ଏହି ମୁସଲିମ୍ ପରିବାରର ମୁଖିଆଙ୍କୁ ଆଜି ଗ୍ରାମର ସମସ୍ତ ହିନ୍ଦୁ ସଦସ୍ୟମାନେ ସରପଞ୍ଚ ଭାବେ ନିର୍ବାଚିତ କରିଛନ୍ତି। ୫୪ ବର୍ଷୀୟ ଚୌଧୁରୀ ମହମ୍ମଦ ହୁସେନ୍‌ଙ୍କୁ ସମସ୍ତ ଗ୍ରାମବାସୀ ଅତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନ ଦିଅନ୍ତି।

ସମ୍ବନ୍ଧିତ ଖବର