ବନ୍ଦ ଥିବା ସମୟରେ ଓ୍ଵାନ୍‌ପ୍ଲସ ଫୋନରେ ଲାଗିଲା ନିଆଁ

ନୂଆଦିଲ୍ଲୀ : ଲୋକପ୍ରିୟ ମୋବାଇଲ କମ୍ପାନୀ ଓ୍ଵାନ୍‌ପ୍ଲସର ସ୍ମାର୍ଟଫୋନରେ ନିଆଁ ଲାଗିଯିବାର ଏକ ମାମଲା ସାମ୍ନାକୁ ଆସିଛି । ରାହୁଲ ହିମାଲୟନ ନାମକ ଏକ ବ୍ୟବହାରକାରୀ ନିଜ ଓ୍ଵାନ୍‌ପ୍ଲସର ସ୍ମାର୍ଟଫୋନକୁ ବନ୍ଦ କରି ରଖିଥିବା ବେଳେ ଅଧ ରାତିରେ ତାଙ୍କ ଫୋନରେ ନିଆଁ ଲାଗି ଯାଇଥିଲା । ସବୁଠାରୁ ବଡ଼ କଥା ହେଲା ସେ ସମୟରେ ଫୋନ ଚାର୍ଜରେ ମଧ୍ୟ ଲଗା ଯାଇ ନଥିଲା । ରାହୁଲଙ୍କ ବନ୍ଧୁ ଚୈତି ନରୁଲା ଏହାର ଫଟୋ ଟୁଇଟ୍‌ କରି ଘଟଣା ବିଷୟରେ ସୂଚନା ଦେବା ପରେ ଘଟଣାଟି ସାମ୍ନାକୁ ଆସି ପାରିଛି ।

ରାହୁଲଙ୍କ କହିବା ଅନୁଯାୟୀ, ଜୁଲାଇ ୩ ତାରିଖ ରାତି ୩ଟା ୧୫ମିନିଟ୍‌ରେ ହଠାତ ଫୋନରେ ନିଆଁ ଲାଗିବାରୁ ଘର ଭିତରେ ଧୁଆଁ ଭରି ଯାଇଥିଲା । ଅଣ ନିଶ୍ୱାସୀ ହୋଇ ଉଠିବା ପରେ ମୋ ଫୋନରୁ ଧୂଆଁ ବାହାରୁଥିବା ଦେଖିଥିଲି । ସେ ସମୟରେ ମୋ ରୁମ୍‌ର ଏସି ଚଲୁଥିବା ସହ ଘରର ତାପମାତ୍ରା ୧୯ଡିଗ୍ରି ଥିଲା । ତୁରନ୍ତୁ ମୁଁ ଫୋନକୁ ନେଇ ପାଣି ଭିତରେ ଭୁଡ଼ାଇ ଦେଇଥିଲି । ନଚେତ କିଛି ସମୟ ମଧ୍ୟରେ ଫୋନଟି ଫାଟି ଯାଇଥାନ୍ତା । ଏହି ଘଟଣାଟି ସାମ୍ନାକୁ ଆସିବା ପରେ ୀ ଓ୍ଵାନ୍‌ପ୍ଲସ କମ୍ପାନୀ ନିଜ ଫୋନରେ ଦେଉଥିବା ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

ସମ୍ବନ୍ଧିତ ଖବର