ଟିପୁ ଜୟନ୍ତୀକୁ ବିରୋଧ

ବେଙ୍ଗାଲୁରୁ : ଆସନ୍ତା ୧୦ ତାରିଖରେ ଟିପୁ ଜୟନ୍ତୀ ଉତ୍ସବ ପାଳନ ପାଇଁ କର୍ଣ୍ଣାଟକ ସରକାର ପ୍ରସ୍ତୁତ ‌ହୋଇ ସାରିଥିବାବେଳେ ବିଜେପି ରାଜ୍ୟ ମୁଖ୍ୟ ବିଏସ୍‌ ୟେଦୁରପ୍ପା ଟିପୁ ଜୟନ୍ତୀ ଉତ୍ସବକୁ ବିରୋଧ କରିଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଖୁସି କରିବା କର୍ଣ୍ଣାଟକ ସରକାରଙ୍କ ଉଦ୍ଦେଶ୍ୟ ଏବଂ ଏଥିପାଇଁ ଟିପୁ ଜୟନ୍ତୀ ଉତ୍ସବ ପାଳନ ହେଉଛି ବୋଲି ୟେଦୁରପ୍ପା କହିଛନ୍ତି। ଅଷ୍ଟାଦଶ ଶତାବ୍ଦୀର ଏହି ମହୀଶୁର ଶାସକ ଟିପୁ ସୁଲତାନଙ୍କୁ ରାଜ୍ୟ ସରକାର ଜଣେ ସ୍ବାଧୀନତା ସଂଗ୍ରାମୀ ଭାବେ ବି‌ବେଚନା କରୁଥିବା‌ ବେଳେ ବିଜେପି ଟିପୁଙ୍କୁ ଜଣେ ଧାର୍ମିକ କଠୋରପନ୍ଥୀ ଭାବେ ବିବେଚନା କରି ତାଙ୍କ ଜୟନ୍ତୀ ଉତ୍ସବକୁ ବିରୋଧ କରୁଛି।

ସମ୍ବନ୍ଧିତ ଖବର