ନୂଆଦିଲ୍ଲୀ: ବିରୋଧୀ ଦଳମାନେ ଇଭିଏମ୍ର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇବା ଏବଂ ଇଭିଏମ୍ ଜାଲିଆତି ଅଭିଯୋଗ ସଂକ୍ରାନ୍ତରେ ନିର୍ବାଚନ କମିସନ୍ଙ୍କ ଦ୍ବାରସ୍ଥ ହେବାକୁ ବିଜେପି ତୀବ୍ର ବିରୋଧ କରିଛି। ଦ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏନେଇ ବିରୋଧୀ ଦଳ ଗୁଡ଼ିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେତେବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ନିର୍ବାଚନ ଜିତିଲେ ସେତେବେଳେ ଇଭିଏମ୍ ଠିକ୍ ଥିଲା, କିନ୍ତୁ ଯଦି ମୋଦୀ ପୁଣିଥରେ କ୍ଷମତାକୁ ଫେରିବା ସର୍ଭେରୁ ଜଣାପଡ଼ିଲା, ସେତେବେଳେ ଇଭିଏମ୍ ଭୁଲ୍ ହୋଇଗଲା ଏବଂ ଇଭିଏମ୍ର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠିଲା । ବିରୋଧୀ ଦଳଗୁଡ଼ିକ ସେମାନଙ୍କ ହାରିବାକୁ ନମ୍ରତାର ସହ ଗ୍ରହଣ କରିବା ଉଚିତ୍ ବୋଲି ରବି ଶଙ୍କର କହିଛନ୍ତି।
‘ପରାଜୟକୁ ବିରୋଧୀ ନମ୍ରତାର ସହ ସ୍ବୀକାର କରନ୍ତୁ’
/sambad/media/post_attachments/wp-content/uploads/2019/05/RAVI-SHANKAR-PRASAD.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)